Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଡାଏମଣ୍ଡ ଲିଗ୍‌ ଫାଇନାଲକୁ ନୀରଜଙ୍କ ଯୋଗ୍ୟତା

ସମାଜ 3 weeks ago

ନୂଆଦିଲ୍ଲୀ: ଭାରତର ତାରକା ଜାଭେଲିନ ଫିଙ୍ଗାଳି ତଥା ଅଲିମ୍ପିକ୍‌ସ ପଦକ ବିଜେତା ନୀରଜ ଚୋପ୍ରା ଋତୁର ଶେଷ ଡାଏମଣ୍ଡ ଲିଗ୍‌ ଫାଇନାଲ ଲାଗି ଯୋଗ୍ୟତା ହାସଲ କରିଛନ୍ତି। ଡାଏମଣ୍ଡ ଲିଗ୍‌ ଫାଇନାଲ ଆସନ୍ତା ସେପ୍ଟେମ୍ବର ୪ ଓ ୫ରେ ବ୍ରୁସେଲ୍ସରେ ଅନୁଷ୍ଠିତ ହେବ। ଅଲିମ୍ପିକ୍‌ସରେ ସ୍ବର୍ଣ୍ଣ ଓ ରୌପ୍ୟ ବିଜେତା ନୀରଜ ଚଳିତ ଋତୁରେ ଦୁଇଟି ଡାଏମଣ୍ଡ ଲିଗ୍‌ରେ ଅଂଶଗ୍ରହଣ କରିଛନ୍ତି।

ଗତ ଜୁନ୍‌ ୧୯ରେ ଆୟୋଜିତ ଦୋହା ଡାଏମଣ୍ଡ ଲିଗ୍‌ରେ ୮୫.୬୯ ମିଟର ଦୂରତ୍ବକୁ ଥ୍ରୋ କରି ଚତୁର୍ଥ ସ୍ଥାନ ହାସଲ କରିଥିଲେ। ଚଳିତ ଅଗଷ୍ଟରେ ଲାଓସେନ ଡାଏମଣ୍ଡ ଲିଗ୍‌ରେ ୮୮.୦୫ ମିଟର ଦୂରତ୍ବକୁ ଥ୍ରୋ କରି ଦ୍ବିତୀୟ ସ୍ଥାନ ସହ ରୌପ୍ୟ ପଦକ ଜିତିଥିଲେ। ଯାହା ତାଙ୍କର ଚଳିତ ବର୍ଷ ଶ୍ରେଷ୍ଠ ପ୍ରଦର୍ଶନ ରହିଛି। ଉକ୍ତ ଦୁଇ ଡାଏମଣ୍ଡ ଲିଗ୍‌ର ପ୍ରଦର୍ଶନ ଆଧାରରେ ନୀରଜ ବ୍ରୁସେଲ୍ସରେ ଅନୁଷ୍ଠିତ ହେବାକୁ ଥିବା ଡାଏମଣ୍ଡ ଲିଗ୍‌ ଲାଗି ଯୋଗ୍ୟତା ହାସଲ କରିଥିଲେ।

ନୀରଜ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୬ରେ ୮୫.୮୩ ମିଟର ଥ୍ରୋ କରି ଦ୍ବିତୀୟ ସ୍ଥାନ ସହ ରୌପ୍ୟ ପଦକ ଜିତିଥିଲେ। ଶ୍ରୀଲଙ୍କାର ରୁମେଶ ଥରଙ୍ଗା ପାଥିରାଗେ ଜୁରିକ୍‌ ଡାଏମଣ୍ଡ ଲିଗ୍‌ରେ ୯୨.୦୭ ମିଟର ଦୂରତ୍ବକୁ ଥ୍ରୋ କରି ସ୍ବର୍ଣ୍ଣ ଜିିତିଥିଲେ। ବ୍ରୁସେଲ୍ସ ଡାଏମଣ୍ଡ ଲିଗ୍‌ ଫାଇନାଲରେ ମଧ୍ୟ ପାଥିରାଗେ ଆଗରେ ରହିଛନ୍ତି। ନୀରଜ ଓ ପାଥିରାଗେଙ୍କ ସମେତ ଗ୍ରେନେଡାର ଆଣ୍ଡରସନ ପିଟର୍ସ, କେଶୋର୍ନ ୱାଲକର୍ଟ, କୁର୍ଟିସ ଥମ୍ପସନ ପ୍ରମୁଖ ରହିଛନ୍ତି। ନୀରଜ ବ୍ରୁସେଲ୍ସ ଡାଏମଣ୍ଡ ଲିଗ୍‌ରେ ୨୦୨୨ରେ ଚମ୍ପିଆନ ହୋଇଥିବାବେଳେ ଶେଷ ୩ଟି ସଂସ୍କରଣରେ ରନର୍ସଅପ ହୋଇଛନ୍ତି। ସେ ୨୦୨୬ରେ ସ୍ବର୍ଣ୍ଣ ପଦକ ଜିିତିବା ନେଇ ଦୃଢ ଆଶାବାଦୀ ଅଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia