କଲକାତା : ଏଥର ପଶ୍ଚିମବଙ୍ଗରେ ଦେଖାଯିବ ମୋଦୀଙ୍କ ମ୍ୟାଜିକ୍। ଏଠାରେ ମୋଟ ୨୯୩ ଆସନରୁ ୨୯୩ ଆସନ ମଧ୍ୟରେ ବିଜେପି ୧୯୪, ଟିଏମସି ୯୬ ଓ ଅନ୍ୟାନ୍ୟ ୦୩।
ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ଉଭୟ ନିର୍ବାଚନ ଲଢ଼େଇରେ ସେମାନଙ୍କର ସମସ୍ତ ଶକ୍ତି ପ୍ରଦର୍ଶନ କରିବା ସହ ଦେଖାଯାଇଥିଲା କଡା ଟକ୍କର। ଭୋଟ୍ ପରେ, ଲୋକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ ଫଳାଫଳକୁ।
ମମତା ଦିଦିଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସର ଗଡ଼ ଏଥର ଭାଙ୍ଗିଥିବା ବେଳେ ବିଜେପି ଏକ ଐତିହାସିକ ବିଜୟ ହାସଲ କରି ପ୍ରଥମ ଥର ପାଇଁ ରାଜ୍ୟ ସରକାର ଗଠନ କରିବ।
ବିଜେପି ବିପୁଳ ବିଜୟ ହାସଲ କରିଥିବା ବେଳେ ଟିଏମସି ଗଡ଼ ଏଥର ଭାଙ୍ଗିଛି। ଭାରତୀୟ ଜନତା ପାର୍ଟି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର ଚାଲିଥିବା ବେଳେ ଶେଷରେ ବାଜି ମାରିଛି ବିଜେପି। ସାରା ଦେଶର ନଜର ଏଥର ପଶ୍ଚିମବଙ୍ଗ ନିର୍ବାଚନ ଉପରେ ଥିବା ବେଳେ ବିଜେପିର ବିପୁଳ ବିଜୟ ଦେଖାଯାଇଛି।
ନନ୍ଦିଗ୍ରାମ ଏବଂ ଭବାନୀପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, “ବିଜେପି ୧୮୦ ରୁ ଅଧିକ ଆସନରେ ସରକାର ଗଠନ କରିବ।”
କଲକାତାର ଆର.ଜି. କର ମେଡିକାଲ କଲେଜରେ ଘଟିଥିବା ଦୁଷ୍କର୍ମ -ହତ୍ୟା ମାମଲାରେ ପୀଡିତାଙ୍କ ମାଆ – ଯିଏକି ବିଜେପି ପ୍ରାର୍ଥୀ ଆଗୁଆ ଅଛନ୍ତି। ଉଲ୍ଲେଖଯୋଗ୍ୟ, ବିଜେପି ପୀଡିତାଙ୍କ ମାଆ ରତ୍ନା ଦେବନାଥଙ୍କୁ ବଙ୍ଗଳାର ପାଣିହାଟି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା; ସେ ବର୍ତ୍ତମାନ ୨,୭୬୩ ଭୋଟ ବ୍ୟବଧାନରେ ଆଗୁଆ ଅଛନ୍ତି।
ପଶ୍ଚିମବଙ୍ଗର କୁଚବିହାର ଉତ୍ତର ଆସନରେ, ଭାରତୀୟ ଜନତା ପାର୍ଟି (ବିଜେପି)ର ସୁକୁମାର ରାୟ ୫,୪୫୪ (+୮୮୦) ଭୋଟ ସହିତ ଆଗୁଆ ଅଛନ୍ତି। ଟିଏମସିର କୃଷ୍ଣ ଦାସ ୪,୫୭୪ (-୮୮୦) ଭୋଟ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି।
ପଶ୍ଚିମବଙ୍ଗର ଜଳପାଇଗୁଡ଼ି ଆସନରେ, ଭାରତୀୟ ଜନତା ପାର୍ଟି (ବିଜେପି)ର ଅନନ୍ତ ଦେବ ଅଧିକାରୀ ୮,୨୯୫ ଭୋଟ (+୧,୯୭୪) ସହିତ ଆଗୁଆ ଥିବା ବେଳେ ଟିଏମସିର କୃଷ୍ଣ ଦାସ ୬,୩୨୧ ଭୋଟ ସହିତ ଦ୍ୱିତୀୟ ସ୍ଥାନରେ, ଯେତେବେଳେ ସିପିଆଇ(ଏମ୍)ର ଦେବରାଜ ବର୍ମନ ୭୦୫ ଭୋଟ ସହିତ ତୃତୀୟ ସ୍ଥାନରେ ଥିଲେ।
ପ୍ରାରମ୍ଭିକ ଟ୍ରେଣ୍ଡ ଉପରେ ପ୍ରତିକ୍ରିୟା ଦେଇ, ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଏବଂ ନନ୍ଦୀଗ୍ରାମ ଏବଂ ଭବାନୀପୁରରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ବିଜେପି ସ୍ପଷ୍ଟ ଜନାଦେଶ ସହିତ ସରକାର ଗଠନ କରିବାକୁ ପ୍ରସ୍ତୁତ। କୋଲକାତାର ଶିକ୍ଷିତ ହିନ୍ଦୁ ଜନସଂଖ୍ୟା ମମତା ବାନାର୍ଜୀଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି; ପ୍ରାରମ୍ଭିକ ଟ୍ରେଣ୍ଡଗୁଡ଼ିକ ଏହା ହିଁ ସୂଚାଇ ଦେଉଛି। ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି ଯେ ଦଳ ରାଜ୍ୟରେ ୧୮୦ ଆସନ ସହିତ ସରକାର ଗଠନ କରିବାକୁ ଯାଉଛି। ବର୍ତ୍ତମାନ, ବିଜେପି ୧୯୦ ଆସନରେ ଆଗୁଆ ଥିବା ବେଳେ ଟିଏମସି ୯୮ ଆସନରେ ଅଛି। ବିଜେପିର ବିଜୟର ଉତ୍ସବ ପାଳନ କରିବାକୁ ଯାଇ, ଦଳ କୋଲକାତାର ଭବାନୀପୁରରେ ମିଠା ବଣ୍ଟନ ଆରମ୍ଭ କରିଛି।
