ଚିଲିକା:କୃଷ୍ଣପ୍ରସାଦ ବ୍ରେକିଙ୍ଗ ଚିଲିକାରେ କାଳବୈଶାଖୀରେ ଦିଗହରା ହେଲା ଭସାପୋଲ। ପ୍ରବଳ ବର୍ଷା ପରେ ମଝି ଚିଲିକାରେ ଦିଗ ଭୁଲିଗଲା ଭସାପୋଲ । ଭସାପୋଲରେ ଥିଲେ ୫ କାର, ୧୦ ବାଇକ ସହ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ । ସାତପଡ଼ା ଘାଟରୁ ଜହ୍ନିକୁଦା ଘାଟ ଯାଏଁ ଆସୁଥିଲା ଭସୋପୋଲ । ସବୁ କିଛି ଠିକଠାକ ଥିଲା । କିନ୍ତୁ ମଝି ଚିଲିକାରେ ବିଗିଡ଼ିଥିଲା ପାଣିପାଗର ମିଜାଜ।
ହଠାତ ବାଟବଣା ହୋଇଯାଇଥିଲା ଭସାପୋଲ । ବହୁତ ସମୟ ପରେ ଭସାପୋଲରୁ ନିଜ ଅବସ୍ଥିତି ସଂପର୍କରେ ଜଣାଇଥିଲେ ଯାତ୍ରୀ ।
