Dailyhunt

ଦିଲ୍ଲୀକୁ ୨୧୧ ରନର ଟାର୍ଗେଟ ଦେଲା ଗୁଜୁରାଟ

ସମାଜ 1 week ago

ନୂଆଦିଲ୍ଳୀ:ଗୁଜୁରାଟର କମାଲ ବ୍ୟାଟିଂ । ଦିଲ୍ଲୀକୁ ୨୧୧ ରନର ଟାର୍ଗେଟ ଦେଲା ଗୁଜୁରାଟ । ଅଧିନାୟକ ଶୁଭମନ ଗିଲ, ବଟଲର ଏବଂ ଓ୍ବାଶିଂଟନ୍ ସୁନ୍ଦରଙ୍କ ଅର୍ଦ୍ଧଶତକୀୟ ପାଳି । ୪ ଓ୍ବିକେଟ୍ ବିନିମୟରେ ୨୧୦ ରନ କରିବାରେ ସକ୍ଷମ ହୋଇଛି ଗୁଜୁରାଟ ଟାଇଟନ୍ସ ।

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଦିଲ୍ଲୀ । ଗୁଜୁରାଟକୁ ପ୍ରଥମେ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଛି ।

ଗୁଜୁରାଟର ଓପନର ବ୍ୟାଟ୍ସମ୍ୟାନ୍ ସାଇ ସୁଦର୍ଶନ ପ୍ରଥମ ଓଭରରୁ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳ ଆରମ୍ଭ କରିଥିଲେ । ମାତ୍ର ସେ ଏହାକୁ ବଡ଼ ପାଳିରେ ପରିବର୍ତ୍ତନ କରିପାରିନଥିଲେ । ସେ ୭ ବଲରୁ ୧୨ କରିବାରେ ସକ୍ଷମ ହୋଇଥିଲେ । ଅଧିନାୟକ ଶୁଭମନ ଗିଲ ଏବଂ ବଟଲର ଯୋଡ଼ି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । ବଟଲର ୨୭ ବଲରୁ ୫୨ ରନ କରିଛନ୍ତି ।

ବଟଲରଙ୍କ ପରେ ଓ୍ବାଶିଂଟନ୍ ସୁନ୍ଦର ଗିଲଙ୍କ ସହ ମିଶି ଦିଲ୍ଲୀ ବୋଲରଙ୍କୁ ଧୂଲେଇ କରିବା ଆରମ୍ଭ କରିଥିଲେ । ଗିଲ ୪୫ ବଲରୁ ୭୦ ରନ କରିଥିବାବେଳେ ଓ୍ବାଶିଂଟନ୍ ସୁନ୍ଦର ୩୨ ବଲରୁ ୫୫ ରନ କରିଛନ୍ତି । ସେପଟେ ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ୨ ଓ୍ବିକେଟ ଅକ୍ତିଆର କରିଥିବାବେଳେ କୁଲଦୀପ ଯାଦବ ଏବଂ ଲୁଙ୍ଗି ନିଙ୍ଗଡି ଗୋଟିଏ ଲେଖାଏଁ ଓ୍ବିକେଟ୍ ନେବାରେ ସକ୍ଷମ ହୋଇଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia