Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଏଫ୍‌ଆଇଏଚ୍‌ ବିଶ୍ବ ହକି ମାନ୍ୟତା ଭାରତୀୟ ପୁରୁଷ, ମହିଳା ଦଳ ୮ମ ସ୍ଥାନରେ

ସମାଜ 4 days ago

ମୁମ୍ବଇ: ନିକଟରେ ପୁରୁଷ ଓ ମହିଳା ହକି ବିଶ୍ବକପ୍‌ ପରେ ଆନ୍ତର୍ଜାତିକ ହକି ମହାସଂଘ (ଏଫ୍‌ଆଇଏଚ୍‌) ପକ୍ଷରୁ ଦଳଗତ ମାନ୍ୟତା ପ୍ରକାଶ ପାଇଛି। ଭାରତର ଉଭୟ ପୁରୁଷ ଓ ମହିଳା ଦଳ ୮ମ ସ୍ଥାନରେ ରହିଛନ୍ତି। ପୁରୁଷ ବିଶ୍ବକପ୍‌ରେ ଟାଇଟଲ ବଜାୟ ରଖିଥିବା ଜର୍ମାନୀ ୨ୟରୁ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି। ବିଶ୍ବକପ୍‌ରେ ୭ମ ସ୍ଥାନରେ ରହିଥିବା ବେଲ୍‌ଜିୟମ୍‌ ଶୀର୍ଷରୁ ୨ୟ ସ୍ଥାନକୁ ଖସିଆସିଛି।

ଅଷ୍ଟ୍ରେଲିଆ ୩ଟି ସ୍ଥାନର ଉନ୍ନତି ଘଟାଇ ୩ୟ ସ୍ଥାନକୁ ଉଠିଛି। କାଂସ୍ୟ ପଦକ ଜିତିଥିବା ଆର୍ଜେଣ୍ଟିନା ୪ର୍ଥ ଓ ନେଦରଲାଣ୍ଡ୍‌ସ ୫ମ ସ୍ଥାନରେ ରହିଛନ୍ତି।

ବିଶ୍ବକପ୍‌ ଫାଇନାଲରେ ଜର୍ମାନୀଠାରୁ ପରାସ୍ତ ହୋଇଥିବା ସ୍ପେନ୍‌ ୬ଷ୍ଠ ଏବଂ ଇଂଲଣ୍ଡ ୭ମ ସ୍ଥାନରେ ରହିଛି। ଏସୀୟ ପୁରୁଷ ଦଳଙ୍କ ମଧ୍ୟରେ ସର୍ବୋଚ୍ଚ ସ୍ଥାନରେ ଥିବା ଭାରତ ୮ମ ସ୍ଥାନ ବଜାୟ ରଖିଛି। ବିଶ୍ବକପ୍‌ରେ ଭାରତ ୮ମ ସ୍ଥାନରେ ରହିଥିଲା। ୯ମ ସ୍ଥାନରେ ରହିଥିବା ନ୍ୟୁଜିଲାଣ୍ଡ ବିଶ୍ବ ମାନ୍ୟତାରେ ୯ମ ଓ ଫ୍ରାନ୍‌ସ ୧୦ମ ସ୍ଥାନରେ ରହିଛି। ଗତ ମହିଳା ହକି ବିଶ୍ବକପ୍‌ ଫାଇନାଲରେ ଆର୍ଜେଣ୍ଟିନାଠାରୁ ହାରିଥିଲା ନେଦରଲାଣ୍ଡ୍‌ସ। ୨୦୧୦ ପରେ ବିଶ୍ବକପ୍‌ରେ ପ୍ରଥମ ପରାଜୟ ଭୋଗିଥିବା ନେଦରଲାଣ୍ଡ୍‌ସ ଶୀର୍ଷ ମାନ୍ୟତା ବଜାୟ ରଖିଛି। ଆର୍ଜେଣ୍ଟିନା ୨ୟ ସ୍ଥାନରେ ଥିବା ବେଳେ ବେଲ୍‌ଜିୟମ୍‌ ୩ୟ ସ୍ଥାନରେ ରହିଛି। ଏସୀୟ ଦଳଙ୍କ ମଧ୍ୟରେ ସର୍ବୋଚ୍ଚ ସ୍ଥାନରେ ଥିବା ଚୀନ ବିଶ୍ବରେ ୪ର୍ଥ ସ୍ଥାନରେ ରହିଛି। ତିନି ୟୁରୋପୀୟ ଦଳ ସ୍ପେନ୍‌, ଜର୍ମାନୀ, ଇଂଲଣ୍ଡ ଯଥାକ୍ରମେ ୫ମ, ୬ଷ୍ଠ ଓ ୭ମ ସ୍ଥାନରେ ରହିଛନ୍ତି। ୫୨ ବର୍ଷ ପରେ ଶ୍ରେଷ୍ଠ ପ୍ରଦର୍ଶନ କରି ବିଶ୍ବକପ୍‌ରେ ୫ମ ସ୍ଥାନ ହାସଲ କରିଥିବା ଭାରତ ଗୋଟିଏ ସ୍ଥାନ ଉପରକୁ ଉଠି ୮ମ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ୯ମ ସ୍ଥାନକୁ ଖସିଆସିଛି। ଆମେରିକା ୧୦ମ ସ୍ଥାନରେ ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia