Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଏଫଆଇଏଚ୍‌ ପୁରୁଷ ପ୍ରୋ ଲିଗ୍‌ ହକି: ଭାରତୀୟ ଦଳ ଘୋଷିତ ହରମନପ୍ରୀତ ଅଧିନାୟକ,ଦଳରେ ୩ ଓଡ଼ିଆ

ସମାଜ 2 weeks ago

ନୂଆଦିଲ୍ଲୀ:ଏଫଆଇଏଚ୍‌ ପୁରୁଷ ପ୍ରୋ ଲିଗ୍‌ ହକି ୨୦୨୫-୨୬ ୟୁରୋପ ଲେଗ୍‌ ଲାଗି ହକି ଇଣ୍ଡିଆ ପକ୍ଷରୁ ବୁଧବାର ୨୪ଜଣିଆ ଭାରତୀୟ ଦଳ ମନୋନୟନ କରାଯାଇଛି। ଭାରତ ଜୁନ୍‌ ୧୪ରୁ ୨୮ପର୍ଯ୍ୟନ୍ତ ୟୁରୋପ ଲେଗ୍‌ରେ ନେଦରଲାଣ୍ଡ୍‌ସ, ଜର୍ମାନୀ, ପାକିସ୍ତାନ ଓ ଇଂଲଣ୍ଡ ସହ ମ୍ୟାଚ ଖେଳିବ। ଅଭିଜ୍ଞ ଡିଫେଣ୍ଡର ହରମନପ୍ରୀତ ସିଂହ ଅଧିନାୟକ ରହିଛନ୍ତି।

ଦଳରେ ୩ ଓଡ଼ିଆ ଖେଳାଳି ଡିଫେଣ୍ଡର ଅମିତ ରୋହିଦାସ, ଅମନଦୀପ ଲାକ୍ରା ଓ ଶୀଳାନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି। ଭାରତ ଜୁନ୍‌ ୧୪ରେ ନେଦରଲାଣ୍ଡ୍‌ସ ସହ ଖେଳି ୟୁରୋପ ଲେଗ୍‌ ଅଭିଯାନ ଆରମ୍ଭ କରିବ। ଏହା ପରେ ଜୁନ୍‌ ୧୭ ଓ ୧୮ରେ ଜର୍ମାନୀ ସହ ଦୁଇଟି ମ୍ୟାଚ ଓ ୨୧ରେ ନେଦରଲାଣ୍ଡସ ସହ ଖେଳିବ। ଉକ୍ତ ୪ଟି ମ୍ୟାଚ ନେଦରଲାଣ୍ଡସର ରୋଟରଡାମରେ ଖେଳିବ।

ଏହା ପରେ ଦଳ ଇଂଲଣ୍ଡ ଗସ୍ତ କରିବ। ଇଂଲଣ୍ଡ ଗସ୍ତରେ ଦଳ ଜୁନ୍‌ ୨୩​‌ରେ ପାକିସ୍ତାନ, ୨୫ରେ ଇଂଲଣ୍ଡ, ୨୬ରେ ପାକିସ୍ତାନ ଓ ୨୮ରେ ଇଂଲଣ୍ଡ ସହ ମ୍ୟାଚ ଖେଳିବ। ଏଫଆଇଏଚ ପ୍ରୋ ଲିଗ ହକି ପୂର୍ବରୁ ଭାରତୀୟ ଦଳ ଜୁନ୍‌ ୭ରୁ ୯ ପର୍ଯ୍ୟନ୍ତ ବେଲଜିୟମ ସହ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ଖେଳିବ । ଏଫ୍‌ଆଇଏଚ ପୁରୁଷ ପ୍ରୋ ଲିଗ୍‌ ହକି ୨୦୨୫-୨୬ରେ ଭାରତ ଏବେ ସୁୁଦ୍ଧା ୮ଟି ମ୍ୟାଚ ଖେଳି ଗୋଟିଏ ସୁଟ୍‌ଆଉଟ୍‌ ବିଜୟ, ଦୁଇଟି ସୁଟ୍‌ଆଉଟ୍‌ ପରାଜୟ ଓ ୫ଟି ପରାଜୟ ସହ ୮ ପଏଣ୍ଟ ପାଇଛି।

ଭାରତୀୟ ଦଳ : ମୋହିତ ହନିହାଲ ଶଶିକୁମାର, ସୂରଜ କେରକେରା(ଉଭୟେ ଗୋଲରକ୍ଷକ), ହରମନପ୍ରୀତ ସିଂହ (ଅଧିନାୟକ), ଅମିତ ରୋହିଦାସ, ସୁମିତ, ସଞ୍ଜୟ. ୟଶଦୀପ ସିୱାଚ, ଅମନଦୀପ ଲାକ୍ରା, ଜର୍ମାନପ୍ରୀତ ସିଂହ, ଯୁଗରାଜ ସିଂହ(ସମସ୍ତେ ଡିଫେଣ୍ଡର), ହାର୍ଦିକ ସିଂହ, ମନପ୍ରୀତ ସିଂହ, ରାଜିନ୍ଦର ସିଂହ, ରାଜ କୁମାର ପାଲ, ନୀଳକାନ୍ତ ଶର୍ମା, ବିବେକ ସାଗର ପ୍ରସାଦ, ରବିଚନ୍ଦ୍ରସିଂହ ମାରିଗୋଥାମ(ସମସ୍ତେ ମିଡ୍‌ଫିଲଡର), ମନଦୀପ ସିଂହ, ସୁଖଜିତ ସିଂହ, ଅଭିଷେକ, ଆଦିତ୍ୟ ଅର୍ଜୁନ ଲାଲାଗେ, ଦିଲପ୍ରୀତ ସିଂହ, ଶୀଳାନନ୍ଦ ଲାକ୍ରା, ସେଲଭାମ କାର୍ତ୍ତି(ସମସ୍ତେ ଫରୱାର୍ଡ)।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia