Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଏସ୍‌ସିବିରେ ମାନସିକ ରୋଗୀ ମୃତ୍ୟୁ ଘଟଣା ; ଅତ୍ୟଧିକ ମାଡ଼ରୁ ମୃତ୍ୟୁ : ବ୍ୟବଚ୍ଛେଦ ରିପୋର୍ଟ

ସମାଜ 1 month ago

କଟକ: କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ (ଏସ୍‌ସିବି)ରେ ମାନସିକ ରୋଗୀ ଶ୍ରୀକାନ୍ତ ଦାସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ବୁଧବାର ଆସିଛି। ଅତ୍ୟଧିକ ମାଡ଼ ମରାଯାଇଥିବାରୁ ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ତଥ୍ୟ ପାଇବା ପରେ ପୁଲିସ ତଦନ୍ତକୁ ତ୍ୱରାନ୍ୱିତ କରିଛି। ସୂଚନାଯୋଗ୍ୟ, ଯାଜପୁର ରୋଡ ଅଞ୍ଚଳର ଶ୍ରୀକାନ୍ତ ଦାସ ମାନସିକ ରୋଗରେ ପୀଡ଼ିତ ଥିଲେ।

ଗତ ୨୮ରେ ତାଙ୍କୁ ଏସସିବି ମେଡିକାଲର ମାନସିକ ରୋଗ ଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଥିଲା। ୨୯ ତାରିଖ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ଶରୀରରେ ମାଡ଼ ଦାଗ ଦେଖି ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia