Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଗାଧୋଇବା ବେଳେ ସାଥୀ ହୋଇ ଚାଲିଗଲେ ଦୁଇ ଭଉଣୀ

ସମାଜ 2 weeks ago

ନୀଳଗିରି : ଦୁଇ ସମ୍ପର୍କୀୟ ଭଉଣୀ ସାଙ୍ଗ ହୋଇ ପୋଖରୀରେ ଗାଧୋଉଥିଲେ। କିନ୍ତୁ ଅଥଳ ପାଣିରେ ସାଥୀ ହୋଇ ଦୁଇ ଭଉଣୀ ସଲିଳ ସମାଧି ନେବା ଘଟଣା ଅଞ୍ଚଳରେ ଦୁଃଖଦ ପରିବେଶ ସୃଷ୍ଟି କରିଛି।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସେରଗଡ଼ ସାଆନ୍ତା ନିକଟ ଭୂଇଁପଡ଼ା ଗାଁରେ। ଗାଁର ସଞ୍ଜୟ ମଲିକ ଏବଂ ସୁଜିତ ମଲିକଙ୍କ ଦୁଇଝିଅ ଅନ୍ନପୂର୍ଣ୍ଣା ଓ ଅନ୍ୟଶା ସାଙ୍ଗ ହୋଇ ପୋଖରୀକୁ ଗାଧୋଇବାକୁ ଆସିଥିଲେ।

ସେମାନେ ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ସ୍ଥାନୀୟ ଲୋକେ ପାଣିରେ ବୁଡି ଦୁଇଜଣଙ୍କୁ ଉଦ୍ଧାର କରିବା ନୀଳଗିରି ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ ହେଁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ ଡାକ୍ତରଖାନା ପରିସର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia