ଝାରସୁଗୁଡ଼ା: ଲଇକେରା ବ୍ଳକ ଅନ୍ତର୍ଗତ ବାବୁଛିପିଡ଼ିହି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ରମେଶ ଚନ୍ଦ୍ର ପଟେଲ (୫୯)ଙ୍କର ଘଡ଼ଘଡ଼ି ମାଡ଼ରେ ଆକାଳ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ସୋମବାର ଦିନ ୧୨.୩୦ମିନିଟ ସମୟରେ ବିଦ୍ୟାଳୟ ପରିସରରେ ଥିବା ଏକ ମହୁଲ ଗଛ ତଳେ ଶ୍ରୀ ପଟେଲ ଚୈ। କିରେ ବସିଥିବା ବେଳେ ହଠାତ ଘଡଘଡି ମାରିଥିଲା ଏଥିରେ ସେ ଚୌକିରୁ ତଳକୁ ପଡି ଯାଇଥିଲେ।
ଘଟଣା ଦେଖି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବସନ୍ତ କୁମାର କଉଡି ଓ ଅନ୍ୟ ଶିକ୍ଷକ ମାନେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଡକାଇ ପ୍ରଥମେ ମୁନ୍ଦ୍ରାଜୋର ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁଦ୍ଵର ଥିବାରୁ ଡାକ୍ତର ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନା କୁ ପଠାଇଥିଲେ। ଡାକ୍ତରଖାନା ପହଞ୍ଚିବା ପରେ ଡାକ୍ତର ଦେଖି ଶ୍ରୀ ପଟେଲଙ୍କୁ ମୃତ ଘୋଷଣା କରିଥିଲେ।ତାଙ୍କର ବିୟୋଗରେ ଶିକ୍ଷକ, ଛାତ୍ରଛାତ୍ରୀ,ଅଭିଭାବକ ମହଲରେ ଓ ସମଗ୍ର ଅଞ୍ଚଳରେ ଗଭୀର ଶୋକ ଛଲା ଖେଳି ଯାଇଛି।ଲଇକେରା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ଏବଂ ଆଜି ଶବ୍ଦ ବ୍ୟବଚ୍ଛେଦ କରାଯିବାର ସୂଚନା ଦେଇଛି।
