Dailyhunt

ଘାଇଲା କରୁଛି ଅଲ୍ଲୁଙ୍କ ନୂଆ ଲୁକ୍ ; ଫିଲ୍ମର ପୋଷ୍ଟର ଦେଖି ଦର୍ଶକଙ୍କ ବଢିଲା ଉତ୍କଣ୍ଠା

ସମାଜ 1 week ago

ମୁମ୍ବାଇ : ପୁଣି ଚର୍ଚ୍ଚାରେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍। ପ୍ରଶଂସକଙ୍କ ପାଇଁ ଆଣିଛନ୍ତି ନୂଆ ଭେଟି। ଏପ୍ରିଲ ୮ ବୁଧବାର ଅଲ୍ଲୁଙ୍କର ୪୪ ତମ ଜନ୍ମଦିନ। ଏହି ବିଶେଷ ଅବସରରେ ତାଙ୍କ ପ୍ରଂଶସକଙ୍କ ପାଇଁ ନୂତନ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ମୁକ୍ତିଲାଭ କରିଛି। 'ରାକା'ଚଳଚ୍ଚିତ୍ରର ପୋଷ୍ଟର ତାଙ୍କ ପ୍ରଶଂସକଙ୍କ ପାଇଁ ଜନ୍ମଦିନ ଉପହାର ସ୍ୱରୂପ।

ଏହି ଅବସରରେ ଫିଲ୍ମର ଟିମ୍ ତାଙ୍କୁ ଏବଂ ତାଙ୍କ ପ୍ରଶଂସକ ଉଭୟଙ୍କୁ ଏହି ସରପ୍ରାଇଜ୍ ଦେଇଛନ୍ତି।
ଫିଲ୍ମର ପ୍ରଥମ ପୋଷ୍ଟରଟି ବହୁତ ରହସ୍ୟମୟ ଏବଂ ଆକର୍ଷଣୀୟ ଦେଖାଯାଉଛି। ପୋଷ୍ଟରରେ ଅଲ୍ଲୁଙ୍କ ଫଟୋ ପ୍ରକୃତରେ ଭୟଙ୍କର ଦେଖାଯାଉଛି। ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ଲଣ୍ଡା ଅବସ୍ଥାରେ ଦେଖାଯାଇଛି।

ଏହାସହ ତାଙ୍କର ଭାଲୁ ପରି ନଖ ଏବଂ ଲୋମଶ ହାତ ଫିଲ୍ମକୁ ଆହୁରି ରହସ୍ୟମୟ କରିବା ସହ ପ୍ରଂଶସକଙ୍କ ଉତ୍କଣ୍ଠା ବଢାଇ ଦେଇଛି। ଫିଲ୍ମ 'ରାକା' ରେ ଅଲ୍ଲୁଙ୍କ ଚରିତ୍ର ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଭିନ୍ନ ହେବାକୁ ଯାଉଛି। ପୋଷ୍ଟର ସୂଚାଇ ଦେଉଛି ଯେ ଫିଲ୍ମର କାହାଣୀ ରୋମାଞ୍ଚକର ଏବଂ ଉଚ୍ଚ ସ୍ତରର। ପୋଷ୍ଟରରେ ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଆଟଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆକର୍ଷଣୀୟ ଏବଂ ଚମତ୍କାର ଲୁକ୍ ପ୍ରଦର୍ଶିତ କରିଛି। ଏହା ଆଟଲିଙ୍କ ଅଲ୍ଲୁ ଅର୍ଜୁନଙ୍କ ସହ ପ୍ରଥମ ଫିଲ୍ମ। ଏହି ଫିଲ୍ମଟି ସନ୍ ପିକଚର୍ସ ଦ୍ୱାରା ନିର୍ମିତ ହେଉଛି ଏବଂ ଦୀପିକା ପାଦୁକୋନ ଏଥିରେ ନାୟିକା ଭାବେ ସାମ୍ନାକୁ ଆସିବେ। ଏହା ଏକ ପ୍ୟାନ୍-ଇଣ୍ଡିଆ ଫିଲ୍ମ, ଅର୍ଥାତ୍ ଏହା ସମଗ୍ର ଦେଶରେ ଏକକାଳୀନ ମୁକ୍ତିଲାଭ କରିବ। ଦର୍ଶକମାନେ ଅନୁମାନ କରୁଛନ୍ତି ଯେ ଏହି ସିନେମାଟି ସାଇନ୍ସ ଫିକ୍ସନ୍ କିମ୍ବା ଥ୍ରୀଲର ଫିଲ୍ମ ଭଳି। ଏହା ବ୍ୟତୀତ, ଏହି ଫିଲ୍ମଟି ପ୍ରାୟ ସାତଟି ଭାଷାରେ ମୁକ୍ତିଲାଭ କରିବ।

ଫିଲ୍ମ 'ରାକା' ପୋଷ୍ଟର ରିଲିଜ୍ ହେବା ମାତ୍ରେ ପ୍ରଶଂସକମାନେ ଏହାକୁ ସୋସିଆଲ ମିଡିଆରେ ସେୟାର କରିବା ଆରମ୍ଭ କରି ଦେଇଛନ୍ତି। ସମସ୍ତେ ଏହାକୁ ଜନ୍ମଦିନର ସର୍ବୋତ୍ତମ ଉପହାର ବୋଲି କହୁଛନ୍ତି। ପ୍ରଶଂସକମାନେ ପୋଷ୍ଟରର ଲୁକ୍ ଦେଖି ଅତ୍ୟନ୍ତ ଉତ୍ସାହିତ। ଅଲ୍ଲୁ ଅର୍ଜୁନ ଏବଂ ଦୀପିକା ପାଦୁକୋନଙ୍କ ଏହି ସ୍ୱତନ୍ତ୍ର ଯୋଡ଼ି ଖୁବ୍ ଶୀଘ୍ର ସିନେମା ଘରେ ଦେଖାଯିବାକୁ ଯାଉଛି। ଏହି ଫିଲ୍ମର ନାମ ପ୍ରଥମେ AA22xA6 ଥିଲା। ମାତ୍ର ପରେ ଏହି ଚଳଚ୍ଚିତ୍ରର ଏବେ ଆନୁଷ୍ଠାନିକ ଭାବରେ 'ରାକା' ନାମକରଣ କରାଯାଇଛି।

ଏକାଠି ହେବେ ଚନ୍ଦ୍ର-ରାହୁ ; ଏହି ରାଶି ରୁହନ୍ତୁ ସତର୍କ

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia