Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଗ୍ରହଙ୍କ ଖାସ୍ ଚଳନ ; ବୁଦ୍ଧ ପୂର୍ଣ୍ଣିମାରୁ ଏହି ରାଶି ହେବେ ଭାଗ୍ୟଶାଳୀ..

ସମାଜ 1 month ago

ବୈଶାଖ ପୂର୍ଣ୍ଣିମା, ଯାହାକୁ ବୁଦ୍ଧ ପୂର୍ଣ୍ଣିମା ମଧ୍ୟ କୁହାଯାଏ, ଚଳିତ ବର୍ଷ ୧ ମେ' ୨୦୨୬ରେ ବୁଦ୍ଧ ପୂର୍ଣ୍ଣିମା ପାଳନ କରାଯିବ। ଧାର୍ମିକ ଦୃଷ୍ଟି କୋଣରୁ ଏହି ଦିନ ଖୁବ୍ ଖାସ୍। ହିନ୍ଦୁ ପରମ୍ପରାରେ ଲୋକେ ଏହି ଦିନ ଭଗବାନ ବିଷ୍ଣୁ ଓ ମା' ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରନ୍ତି। ଏହାସହ ବୌଦ୍ଧ ଧର୍ମୀମାନେ ଏହି ଦିନ ଗୌତ୍ତମ ବୁଦ୍ଧଙ୍କୁ ସ୍ମରଣ କରନ୍ତି।

ଗ୍ରହଙ୍କ ଚଳନ ଓ ସ୍ଥିତି ଚଳିତ ବର୍ଷ ଏହି ପର୍ବକୁ ଆହୁରି ଖାସ୍ କରିଛି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେଷ ରାଶିରେ ସୂର୍ଯ୍ୟ ଓ ବୁଧ ଏକାଠି ହୋଇ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି ହେଉଛି। ଯାହା ଅନେକଙ୍କୁ ଶୁଭଫଳ ପ୍ରଦାନ କରିଥାଏ। ସେହିପରି ମୀନ ରାଶିରେ ମଙ୍ଗଳ ଓ ଶନି ଏକାଠି ଅଛନ୍ତି, ଯାହାର ପ୍ରଭାବ ମଧ୍ୟ ଭିନ୍ନ ଭିନ୍ନ ରାଶିରେ ପଡୁଥିବା ଦେଖାଯାଏ। ଗ୍ରହଙ୍କ ଏଭଳି ସ୍ଥିତି କାରଣରୁ କିଛି ରାଶିଙ୍କ ପାଇଁ ନୂଆ ସୁଯୋଗ ନେଇ ଆସୁଛି..

ମେଷ- ଏହି ରାଶିଙ୍କୁ କର୍ମକ୍ଷେତ୍ର ଏବଂ ଚାକିରିରେ ଆଗକୁ ବଢିବାକୁ ନୂଆ ନୂଆ ସୁଯୋଗ ଦେବ। ଅଟକି ଥିବା କାମ ପୂରଣ ହୋଇଯିବ। ପରିବାର ସଦସ୍ୟଙ୍କ ସହଯୋଗ ମିଳିବ। ଆର୍ଥିକ ମାମଲାରେ ଆଶ୍ୱସ୍ତି ପାଇବେ। ପୁରୁଣା କରଜରୁ ମୁକ୍ତି ମିଳିବ।

ବୃଷ- ଧନ ଓ ସୁଖ ସମୃଦ୍ଧି ମାମଲାରେ ଏହି ସମୟ ଖୁବ୍ ଖାସ୍। ଆୟରେ ବୃଦ୍ଧି ହେବ। ନିବେଶ ପାଇଁ ସମୟ ଉତ୍ତମ। ଚାକିରି ପାଇଁ ବିଦେଶ ଯାତ୍ରାର ଯୋଗ ରହିଛି। ଶୁଭ ଖବର ମିଳିବ।

ମିଥୁନ- ଏହି ରାଶିଙ୍କର ଆତ୍ମବିଶ୍ୱାସ ବୃଦ୍ଧି ହେବ। ନିଷ୍ପତ୍ତି ନେଇ ଲାଭବାନ୍ ହେବେ। ଖର୍ଚ୍ଚ ନିୟନ୍ତ୍ରଣ ହେବ। ସଞ୍ଚୟ ବୃଦ୍ଧି ହେବ।

ମୀନ- ଏହି ରାଶିଙ୍କ ପାଇଁ ସମୟ ଅନୁକୂଳ ରହିଛି। ଅଧିକ ଶୁଭଫଳ ପାଇଁ ଏହି ରାଶି ବୁଦ୍ଧ ପୂର୍ଣ୍ଣିମାରେ ପୂଜାର୍ଚ୍ଚନା କରି ପାରିବେ। ଜୀବନରେ ଅନେକ ସକରାତ୍ମକ ପରିବର୍ତ୍ତନ ହେବ।

ଜାଣନ୍ତୁ ହିଟଷ୍ଟ୍ରୋକର ଲକ୍ଷଣ, କେମିତି ରଖିବେ ନିଜକୁ ସୁରକ୍ଷିତ

ମେ' ୮ରେ ଦୁର୍ଲ୍ଲଭ ଯୋଗ : ଏହି ୪ ରାଶିଙ୍କୁ ବୁଧ-ଶନି ଦେବେ ଜବରଦସ୍ତ ଲାଭ

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia