ପାଣାଜୀ: ଗୋଆରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ କରିଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଓ ଇଞ୍ଜିନ ଅଚଳ ଯୋଗୁଁ ଏହା ଜରୁରୀ ଅବତରଣ କରିଛି। ଇଞ୍ଜିନ ଅଚଳ ହେବା କାରଣରୁ ବିମାନଟି ଫେରିଆସି ଗୋଆର ମୋପାସ୍ଥିତ ମନୋହର ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା। ଇଣ୍ଡିଗୋର ବିମାନ ୬ଇ ୨୧୦୨ ଗୋଆରୁ ଦିଲ୍ଲୀ ଅଭିମୁଖେ ମଙ୍ଗଳବାର ସକାଳ ୯ଟା ୧୬ରେ ଉଡ଼ାଣ କରିଥିଲା।
ଉଡ଼ାଣର କିଛି ମିନିଟ୍ ମଧ୍ୟରେ ବିମାନର ଗୋଟିଏ ଇଞ୍ଜିନ୍ରେ ତ୍ରୁଟି ଦେଖାଯାଇଥିଲା। ପାଇଲଟ୍ ତୁରନ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି)କୁ ଜଣାଇଥିଲେ। ସକାଳ ୯ଟା ୫୦ରେ ସୁରକ୍ଷିତ ଭାବେ ଜରୁରୀ ଅବତରଣ କରିଥିଲା। ବିମାନରେ ୨୨୯ ଜଣ ଯାତ୍ରୀ ଓ କର୍ମଚାରୀ ଥିଲେ।
