Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଇରାନ ଉପରେ ପୁଣି ଆକ୍ରମଣ କରିବ ଇସ୍ରାଏଲ

ସମାଜ 0 months ago

ତେଲଆଭିଭ୍‌: ଇରାନ ବିରୋଧରେ ପୁଣି ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଇସ୍ରାଏଲ ନିଜର ପ୍ରସ୍ତୁତି ଆରମ୍ଭ କରିଛି। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍‌ଜ କହିଛନ୍ତି ଯେ, ଇରାନର ପରମାଣୁ ଅସ୍ତ୍ର ତିଆରି କାର୍ଯ୍ୟକ୍ରମକୁ ରୋକିବା ପାଇଁ ଇସ୍ରାଏଲକୁ ପୁଣିଥରେ ସାମରିକ ଅଭିଯାନ କରିବାକୁ ପଡ଼ିପାରେ। ଏକ ସାମରିକ କାର୍ଯ୍ୟକ୍ରମରେ ଯୋଗ ଦେଇ କାଟ୍‌ଜ କହିଛନ୍ତି ଯେ, ଇରାନ ଯେପରି ଭବିଷ୍ୟତରେ ଇସ୍ରାଏଲ, ଆମେରିକା ଏବଂ ସମଗ୍ର ବିଶ୍ୱ ପାଇଁ ବିପଦ ସୃଷ୍ଟି ନକରେ, ତାହା ନିଶ୍ଚିତ କରିବା ପାଇଁ ପୁଣିଥରେ ବଡ଼ ପଦକ୍ଷେପ ନିଆଯାଇପାରେ।

ଏଥିପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଯୋଗାଯୋଗ ଚାଲିଛି। ଇରାନକୁ ଏକଘରକିଆ କରିବା ଏବଂ ତାର ସାମରିକ କ୍ଷମତାକୁ ଦୁର୍ବଳ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅନୁଯାୟୀ, ଆମେରିକାର ଉଦ୍ୟମକୁ ଇସ୍ରାଏଲ ସମ୍ପୂର୍ଣ୍ଣ ସମର୍ଥନ କରୁଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia