Dailyhunt

ଇରାନକୁ ଗୋଟିଏ ରାତିରେ ଧ୍ୱଂସ କରାଯାଇପାରେ:ଟ୍ରମ୍ପ

ସମାଜ 3 weeks ago

ୱାଶିଂଟନ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୁଦ୍ଧରେ ଏକ ବଡ଼ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି - ଇରାନକୁ ଗୋଟିଏ ରାତିରେ ଧ୍ୱଂସ କରାଯାଇ ପାରେ ଏବଂ ଏହା ସମ୍ଭବତଃ ମଙ୍ଗଳବାର ରାତି ହୋଇ ପାରେ। ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ୨୮ ଫେବ୍ରୁଆରୀ, ୨୦୨୬ରେ ଆରମ୍ଭ ହୋଇଥିଲା। ଯେତେବେଳେଆମେରିକା ଏବଂ ଇସ୍ରାଏଲ ମିଳିତ ବିମାନ ଆକ୍ରମଣ କରି ଥିଲେ।

ଏହି ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନିଙ୍କ ସମେତ ଅନେକ ଉଚ୍ଚପଦସ୍ଥ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା। ଦେଶର ପରମାଣୁ, କ୍ଷେପଣାସ୍ତ୍ର ଏବଂ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇ ଥିଲା। ଇରାନର ଜବାବୀ କାର୍ଯ୍ୟାନୁଷ୍ଠାନ ପୂର୍ବକ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା ଏବଂ ଆଞ୍ଚଳିକ ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣ କରି ଥିଲା।

ଏହା ବ୍ୟତୀତ, ଇରାନ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିଦେଇଥିଲା, ଯାହା ଫଳରେ ବିଶ୍ୱ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ଯୁଦ୍ଧ ଏବେ ୩୮ ତମ ଦିନରେ ପହଞ୍ଚିଛି, ଏବଂ ଉଭୟ ପକ୍ଷର ଶହ ଶହ ସୈନିକ ଏବଂ ସାଧାରଣ ନାଗରିକ ମୃତ୍ୟୁବରଣ କରିଛନ୍ତି। ଅନ୍ୟପଟେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୱାର୍ଣ୍ଣିଂ ପୂର୍ବରୁ ଇରାନରେ ବଡ଼ ଆକ୍ରମଣ ହୋଇଛି। ଇରାନୀ ମିଡ଼ିଆର ରିପୋର୍ଟ ମୁତାବିକ , ଏହି ଆକ୍ରମଣରେ ଇରାନର ସାଉଥ୍ ପାର୍ସ ନ୍ୟାଚୁରାଲ ଗ୍ୟାସ ଫିଲ୍ଡରେ ଶକ୍ତି କେନ୍ଦ୍ର ଗୁଡ଼ିକୁ ଟାର୍ଗେଟ୍ କରାଯାଇଛି। ଇରାନର ଅର୍ଦ୍ଧ-ସରକାରୀ ଫାର୍ସ ନ୍ୟୁଜ୍ ଏଜେନ୍ସି ଓ ମିଜାନ ନ୍ୟୁଜ୍ ଏଜେନ୍ସି , ଉଭୟ ଏହି ହମଲାର ରିପୋର୍ଟ ଦେଇଛନ୍ତି।

ଏହି ରିପୋର୍ଟରେ ଆମେରିକା ଓ ଇସ୍ରାଏଲକୁ ଦୋଷୀ ସାବ୍ୟସ୍ତ କରାଯାଇଛି। ହେଲେ କୌଣସି ବି ଦେଶ ତୁରନ୍ତ ଇରାନର ଦକ୍ଷିଣୀ ବୁଶହର ପ୍ରଦେଶର ଅସଲୁୟେହରେ ଗ୍ୟାସ୍ କ୍ଷେତ୍ରରେ କୌଣସି ଆକ୍ରମଣର ଦାବି କରି ନାହିଁ। କହି ରଖୁଛି କି, ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ, ଏହି ସପ୍ତାହରେ ପାୱାର ପ୍ଲାଣ୍ଟ ଓ ବ୍ରିଜ୍ ଉପରେ ସମ୍ଭାବିତ ଆକ୍ରମଣ ହୋଇପାରେ। ସେପଟେ , ଇସ୍ରାଏଲ ଇରାନର ତିନୋଟି ଏୟାରପୋର୍ଟ ଉପରେ ମଧ୍ୟ ଆକ୍ରମଣ କରିଛି।

ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ ସୋମବାର ଇରାନର ଅସଲୁୟେହରେ ଦକ୍ଷିଣ ପାର୍ସ ପେଟ୍ରୋକେମିକଲ ପ୍ଲାଣ୍ଟକୁ ଟାର୍ଗେଟ୍ କରି ହମଲା କରିବାର ସ୍ପଷ୍ଟ କରିଛନ୍ତି। କାଟଜଙ୍କ ଏହି ଟିପ୍ପଣୀ ଇରାନର ଏହି ଦାବି ପରେ ଆସିଛି, ଦକ୍ଷିଣ ପାର୍ସ ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରରେ ଥିବା ସୁବିଧା ଗୁଡ଼ିକୁ ଟାର୍ଗେଟ୍ କରି ହମଲା କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia