Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଇତିହାସ ରଚିଲେ ଅସ୍ମିତା, ହର୍ଷ : ଜୁଡୋରେ ଜିତିଲେ ସ୍ବର୍ଣ୍ଣ

ସମାଜ 1 week ago

ଗ୍ଲାସଗୋ: ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା​‌ ଜୁଡୋରେ ଭାରତ ଇତିହାସ ରଚିଛି। ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଖେଳାଳି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଭାରତ ପାଇଁ ଅସ୍ମିତା ଦେ ଓ ହର୍ଷ ସିଂହ ଏହି ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଶୁକ୍ରବାର ମହିଳା ୪୮ କିଗ୍ରା ବର୍ଗ ଫାଇନାଲରେ ଅସ୍ମିତା କାନାଡାର ହାଇଦି କ୍ୟୁରେସିଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ତ୍ରିପୁରାର ଅସ୍ମିତା ପ୍ରଥମରୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ। ସ୍କୋର ୧-୧ ରହିଥିଲା। ପେନାଲ୍ଟିରେ ଅସ୍ମିତା ବିଜୟ ସହ ଚମ୍ପିଆନ ହୋଇଥିଲେ। ପୁରୂଷ ୬୦ କିଗ୍ରା ବର୍ଗରେ ହର୍ଷ ସିଂହ ଫାଇନାଲରେ ଅଷ୍ଟ୍ରେଲିଆର ଜୋସୁଆ କାଟ୍‌ଜିଙ୍କୁ ୧୦-୦ରେ ପରାସ୍ତ କରି ଚମ୍ପିଆନ ହୋଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଜୁଡୋରେ ଭାରତ ରୌପ୍ୟ ଓ କାଂସ୍ୟ ଜିତିଥିବାବେଳେ କେବେ ସ୍ବର୍ଣ୍ଣ ପଦକ ଜିିତିନଥିଲା।

ଶନି ଚଳନ ୨୦୨୬: ଡିସେମ୍ବର ପର୍ଯ୍ୟନ୍ତ ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା..

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia