Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଇତିହାସ ରଚିଲେ ପ୍ରଜ୍ଞାନନ୍ଦ ; ପ୍ରଥମ ଭାରତୀୟ ଭାବେ ଜିତିଲେ ଗ୍ରାଣ୍ଡ ଚେସ୍‌ ଟୁର୍‌

ସମାଜ 2 weeks ago

ନୂଆଦିଲ୍ଲୀ: ଭାରତୀୟ ଗ୍ରାଣ୍ଡମାଷ୍ଟର ଆର ପ୍ରଜ୍ଞାନନ୍ଦ ଗ୍ରାଣ୍ଡ ଚେସ୍‌ ଟୁର ଫାଇନାଲ ଜିତି ଇତିହାସ ରଚିଛନ୍ତି। ସେଣ୍ଟ ଲୁଇସରେ ଆୟୋଜିତ ପ୍ରତିଯୋଗିତାରେ ପ୍ରଜ୍ଞାନନ୍ଦ ଶେଷ ଦିନରେ ଗତଥରର ଚମ୍ପିଆନ ଫାବିଆନୋ କାରୁଆନାଙ୍କ ବିପକ୍ଷରେ ୬ ପଏଣ୍ଟ ପଛରେ ରହିବା ସତ୍ତ୍ବେ ଉଲ୍ଲେଖନୀୟ ପ୍ରତ୍ୟାବର୍ତ୍ତନ କରି ଟାଇଟଲ ଜିତିଛନ୍ତି।

ପ୍ରଥମ ଭାରତୀୟ ଭାବେ ଗ୍ରାଣ୍ଡ ଚେସ୍‌ ଟୁର ଫାଇନାଲ ଜିତିବାରେ ପ୍ରଜ୍ଞାନନ୍ଦ ସଫଳ ହୋଇଛନ୍ତି। କ୍ଲାସିକାଲ ମ୍ୟାଚ ପରେ ପ୍ରଜ୍ଞାନନ୍ଦ ୩-୯ ପଛରେ ରହିଥିଲେ। ଯାହା ଫଳରେ ତାଙ୍କର ଟାଇଟଲ ଜିତିବା ସମ୍ଭାବନା ପ୍ରାୟତଃ ଶେଷ ହୋଇଯାଇଥିଲା। ସେ ଅବିଶ୍ବସନୀୟ ଭାବେ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ଉଭୟ ରାପିଡ଼ ଖେଳି ସ୍କୋରକୁ ୧୧-୯ କରିଥିଲେ। ତା ପରେ ଫାବିଆନୋ କାରୁଆନା ଦ୍ବିତୀୟ ବ୍ଲିଜ ଖେଳି ସ୍କୋରକୁ ୧୨-୧୨ ସମାନ କରିଥିଲେ। ପ୍ରଜ୍ଞାନନ୍ଦ ତୃତୀୟ ବ୍ଳିଜ ଖେଳରେ ଜିତିବା ସହ ଅଗ୍ରଣୀ ହାସଲ କରିଥିଲେ। ଫାଇନାଲରେ ପ୍ରଜ୍ଞାନନ୍ଦଙ୍କୁ କେବଳ ଡ୍ର ର ଆବଶ୍ୟକତା ଥିଲା। ୬ଟି ଫାଇନାଲ ମ୍ୟାଚ ମଧ୍ୟରୁ ପ୍ରଜ୍ଞାନନ୍ଦ ୩ଟି ବିଜୟ , ଦୁଇଟି ଡ୍ର ରଖି ମାତ୍ର ଗୋଟିଏରେ ପରାଜିତ ହୋଇ ରେକର୍ଡ କରିଥିଲେ। ଚଳିତ ୨୦୨୬ରେ ପ୍ରଜ୍ଞାନନ୍ଦଙ୍କ ପାଇଁ ଆଉ ଏକ ସଫଳତା। ଗ୍ରାଣ୍ଡ ଚେସ୍‌ ଟୁର ଜିତିବା ସହ ପ୍ରଜ୍ଞାନନ୍ଦ ୧ କୋଟି ୯୧ ହଜାର ଟଙ୍କା ପୁରସ୍କାର ସହ ୨୦୨୭ ଟୁର୍‌ ଲାଗି ସିଧାସଳଖ ଯୋଗ୍ୟତା ହାସଲ କରିଛନ୍ତି।

ନବପଞ୍ଚମ ରାଜଯୋଗ ୨୦୨୬: ସେପ୍ଟେମ୍ବର ୧ ରୁ ଏହି ରାଶିର ଭାଗ୍ୟ ଚମକିବ, ଶନି-ବୃହସ୍ପତି କରିବେ ଧନୀ..

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia