Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଜଙ୍ଗଲ ଭିତରେ ଜିଓ ନେଟୱାର୍କ! ରକ୍ଷଣାବେକ୍ଷଣକୁ ନେଇ ଉଠିଲା ପ୍ରଶ୍ନ

ସମାଜ 1 week ago

ଲ୍ୟାଣସିଂହପୁର : ଡିଜିଟାଲ ଯୁଗରେ ମୋବାଇଲ ନେଟୱାର୍କ ଲୋକଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ଗାଁଠୁ ସହର ପାହାଡ଼ଠୁ ଜଙ୍ଗଲ ସବୁଠି ମୋବାଇଲ ନେଟୱାର୍କର ଆବଶ୍ୟକତା ରହିଛି। ହେଲେ କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତ ଖରଯୋଡ଼ା ଗାଁର କଳାହାଣ୍ଡି ରାସ୍ତା ନିକଟରେ ଥିବା ଜିଓ ନେଟୱାର୍କ ଟାୱାରର ଚିତ୍ର ଏବେ ଭିନ୍ନ କାହାଣୀ କହୁଛି।

ଟାୱାର ଚାରିପଟେ ଘଞ୍ଚ ଘାସ, ଲତା ଓ ଜଙ୍ଗଲି ଗଛଲତା ମାଡ଼ି ଯାଇଥିବା ଦେଖିବାକୁ ମିଳିଛି। ଦୂରରୁ ଦେଖିଲେ ଏହା ଏକ ନେଟୱାର୍କ ଟାୱାର ନା ଜଙ୍ଗଲ ମଧ୍ୟରେ ଲୁଚିଥିବା କୌଣସି ସ୍ଥାନ ତାହା ବୁଝିବା ମୁସ୍କିଲ ହୋଇପଡ଼ୁଛି। ମୋବାଇଲ ନେଟୱାର୍କ ଯୋଗାଇବା ପାଇଁ ସ୍ଥାପିତ ହୋଇଥିବା ଏହି ଟାୱାର ଏବେ ନିଜେ ଜଙ୍ଗଲରେ ଘେରି ରହିଛି। ଟାୱାର ଚାରିପଟେ ନିୟମିତ ସଫେଇ ଓ ରକ୍ଷଣାବେକ୍ଷଣ ହେଉଛି କି ନାହିଁ ତାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ବର୍ଷା ଦିନରେ ଘାସ ଓ ଜଙ୍ଗଲି ଗଛଲତା ଆହୁରି ବଢ଼ିଯାଉଥିବାରୁ ଟାୱାର ଅଞ୍ଚଳର ଅବସ୍ଥା ଅଧିକ ଜଙ୍ଗଲମୟ ହୋଇପଡ଼ିଛି। ଏଭଳି ପରିବେଶରେ ଟାୱାରର ସୁରକ୍ଷା ଓ ନିୟମିତ ରକ୍ଷଣାବେକ୍ଷଣ ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି।
ଅନ୍ୟପଟେ ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ ଗାଁ ଓ ଆଖପାଖ ଅଞ୍ଚଳରେ ଭଲ ମୋବାଇଲ ନେଟୱାର୍କ ରହିବା ଅତ୍ୟନ୍ତ ଜରୁରୀ। ତେଣୁ ନେଟୱାର୍କ ସେବା ସହିତ ଟାୱାରର ପରିବେଶ ଓ ରକ୍ଷଣାବେକ୍ଷଣ ପ୍ରତି ମଧ୍ୟ ସମ୍ପୃକ୍ତ କମ୍ପାନୀ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଦାବି ହେଉଛି।

୨୦୨୭ ପର୍ଯ୍ୟନ୍ତ ଏହି ରାଶିଙ୍କ ଉପରେ ରହିବ ଶନିଙ୍କ କୃପା : କ୍ୟାରିଅର, ବିବାହରୁ ସବୁଥିରେ ମିଳିବ ସଫଳତା..

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia