କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କଣ୍ଟାପାଳ ୪ନଂ କଲୋନୀର ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଜଙ୍ଗଲକୁ ଡ଼ାକିନେଇ ମାଡ଼ ମାରି ହତ୍ୟା କରିଥିବାର ବାପା ଥାନାରେ ଅଭିଯୋଗ କରିଛନ୍ତି।
କଣ୍ଟାପାଳ ୪ନଂ କଲୋନୀର ସ୍କୁସୁ ମୁଣ୍ଡା କାମାକ୍ଷାନଗର ଥାନା ଅନ୍ତର୍ଗତ ଚୁଳିଆ ମୁଣ୍ଡା ସାହିର ଚରଣ ବିରୁଆଙ୍କ ଝିଅ ସଂଜୁକୁ ବିବାହ କରିଥିଲେ।
ବିବାହ ପରେ ବିଭିନ୍ନ ସମୟରେ ସ୍ୱାମୀ ସ୍କୁସୁ ପତ୍ନୀ ସଂଜୁକୁ ମାଡ଼ ମାରି ଆସୁଥିଲା। ଶନିବାର ସ୍ୱାମୀ ସ୍କୁସୁ ପତ୍ନୀ ସଂଜୁକୁ ଜଙ୍ଗଲକୁ ଡାକି ନେଇ ମାରି ଦେଇଥିଲା। ଖବରପାଇ ବାପା ଚରଣ କଙ୍କଡ଼ାହାଡ଼ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ସଂଜୁର ମୃତଦେହ ଜବତ ପରେ ବ୍ୟବଛେଦର ବ୍ୟବସ୍ଥା କରିଛି। ତଦନ୍ତର ପ୍ରଥମ ପର୍ଯ୍ୟାୟରେ ସ୍ୱାମୀ ସ୍କୁସୁକୁ ଅଟକ ରଖିଛି ପୁଲିସ।
