Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଜଙ୍ଗଲରୁ ୫୨ ଖଣ୍ଡ ଶାଳ ସାଇଜ ଜବତ

ସମାଜ 1 week ago

ଗୁଡ଼ାରୀ: ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ରେଞ୍ଜ ଅନ୍ତର୍ଗତ ସମ୍ବରଲେଣ୍ଡି ବିଟ୍‌ର ଖଡ଼ିକାପଦର ଗ୍ରାମ ନିକଟସ୍ଥ ଜଙ୍ଗଲରୁ ବନ ବିଭାଗ ପକ୍ଷରୁ ୫୨ ଖଣ୍ଡ ଶାଳ ସାଇଜ ଜବତ କରାଯାଇଛି। ଜବତ କାଠର ଆନୁମାନିକ ମୂଲ୍ୟ ୨୫ ହଜାର ଟଙ୍କା ହେବ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ବିଶେଷ ସୂତ୍ରରୁ କାଠ ଚୋରାଚାଲାଣ ସମ୍ପର୍କରେ ଖବର ପାଇ ବନ ବିଭାଗ କର୍ମଚାରୀମାନେ ଖଡ଼ିକାପଦର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରିଥିଲେ।

ଚଢ଼ାଉ ସମୟରେ ଜଙ୍ଗଲ ମଧ୍ୟରେ ରଖାଯାଇଥିବା ୫୨ ଖଣ୍ଡ ଶାଳ ସାଇଜ କାଠ ଠାବ କରି ଜବତ କରାଯାଇଥିଲା। ଏହି ଚଢ଼ାଉରେ ଫରେଷ୍ଟର କେଦାରନାଥ ବାଉରୀ, ମାନସ କୁମାର ପ୍ରଧାନ, ରାଜକିଶୋର ଶବରଙ୍କ ସମେତ ଫରେଷ୍ଟ ଗାର୍ଡମାନେ ସାମିଲ ହୋଇଥିଲେ। ଜବତ କାଠକୁ ବନ ବିଭାଗ ପକ୍ଷରୁ ହେପାଜତକୁ ନିଆଯାଇଥିବାବେଳେ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia