Dailyhunt

ଝଡ଼ ତୋଫାନରେ ଉପୁଜିଲା ଗଛ ବିଦ୍ୟୁତ୍ ଖୁଣ୍ଟ

ସମାଜ 3 weeks ago

ରଡି: ଆଜି ଭଦ୍ରକ ଆରଡିରେ କାଳବୈଶାଖୀ ତାଣ୍ଡବ ରଚିଛି। ଅପରାହ୍ନରେ ଝଡ଼ତୋଫାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ ଖୁଣ୍ଟି ଉପୁଡ଼ି ପଡ଼ିଛି। ଫଳରେ ଆଖଣ୍ଡଳମଣି- ଭଦ୍ରକ ମୁଖ୍ୟରାସ୍ତା ସହ ସମସ୍ତ ରାସ୍ତାରେ ବଡ଼ବଡ଼ ଗଛ ପଡି ରହିଥିବାରୁ ଗାଡି ଚଳାଚଳ ବନ୍ଦ ହୋଇଯାଇଛି। ସେହିପରି ଦୋହରାପାଟଣା ସହ ଅନେକ ସ୍ଥାନରେ ଅପେରା ଟେଣ୍ଡରକୁ ପବନ ଉଡାଇ ନେଇଥିବାରୁ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର କ୍ଷୟକ୍ଷତି ଘଟିଛି।

ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟି ଉପୁଡ଼ି ପଡ଼ିଥିବାରୁ ଆରଡି, ନାନ୍ଦପୁର, ସୁନ୍ଦରପୁର ଓଳଗ ୪ଟି ପଞ୍ଚାୟତର ୨୪ ଗୋଟି ଗାଁରେ ବିଜୁଳି ଠପ୍ ହୋଇଯାଇଛି। ସେହିପରି ମଣ୍ଡିରେ ପଡ଼ି ରହିଥିବା ଧାନ ବସ୍ତା ଗୁଡିକ ଵର୍ଷାରେ ଓଦା ହୋଇଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia