Dailyhunt

ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଧାରଣା

ସମାଜ 3 weeks ago

ବ୍ରହ୍ମପୁର : ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଧାରଣା। ବ୍ରହ୍ମପୁର ଗୋସାଈଁ ନୂଆଗାଁ ଅଞ୍ଚଳରେ ଥିବା ୧୭୦ ବର୍ଷ ପୁରୁଣା ଖଲ୍ଲିକୋଟ କଲେଜିଏଟ୍(କେସି) ହାଇସ୍କୁଲକୁ ସରକାରୀକରଣ ଦାବିରେ ଆଜି ଶତାଧିକ ଅବସରପ୍ରାପ୍ତ ଶିକ୍ଷକ ଗଞ୍ଜାମ ଜିଲା ଶିକ୍ଷାଧିକାରୀଙ୍କ କାଯ୍ୟାଳୟ ପରିସରରେ ଧାରଣା ଦେଇଛନ୍ତି।

ସେହିପରି ଜିଲ୍ଲାରେ ମନମୁଖୀ ଶାସନ କରୁଥିବା ଅତିରିକ୍ତ ଜିଲା ଶିକ୍ଷାଧକାରୀ(ଏଡିଇଓ) ଡ. ପ୍ରଭାତୀ କୁମାରୀ ମହାପାତ୍ରଙ୍କ ତୁରନ୍ତ ବଦଳି ଦାବି କରିଛନ୍ତି। ଶିକ୍ଷକ ସଂଗଠନ ଓଷ୍ଟା, ସଂସ୍କାରବାଦୀ ଅନୁଷ୍ଠାନ, କେସି ହାଇସ୍କୁଲ ପୁରାତନ ଛାତ୍ର ସଂଘ ସଦ ଓ ଗଞ୍ଜାମ ଜିଲା ବିକାଶ ମଞ୍ଚ ମିଳିତ ଆନୁକୂଲ୍ୟରେ ଏହି ଧାରଣା ଦିଆଯାଇଛି । ଧାରଣାରେ ସଂସ୍କାରବାଦୀ ପ୍ରତିଷ୍ଠାତା ତ୍ରିନାଥ ମହାରଣା, ଓଷ୍ଟା ସମ୍ପାଦକ ବିଜୟ ବେହେରା, ବିକାଶ ମଞ୍ଚ ସଭାପତି ରାଜେନ୍ଦ୍ର ପଣ୍ଡା ପ୍ରମୁଖ ସାମିଲ ଅଛନ୍ତି ।

ଏହା ୧୮୫୬ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଖଲ୍ଲିକୋଟର ତତ୍କାଳୀନ ରାଜାଙ୍କ ଅବଦାନ ଯୋଗୁଁ ଏହାର ନାମ ଖଲ୍ଲିକୋଟ କଲେଜିଏଟ୍ ହାଇସ୍କୁଲ ରଖାଯାଇଛି । ଏଠାରେ କେ. ସି. ବାଳିକା ହାଇସ୍କୁଲ ଏବଂ କେସି ପ୍ରାଥମିକ ବିଦ୍ୟାଳୟ ମଧ୍ୟ ସଂଲଗ୍ନ ହୋଇ ରହିଛି । ବର୍ତ୍ତମାନ ଏହି ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ସରକାରୀକରଣ କରିବା ଏବଂ ଏହାର ଭିତ୍ତିଭୂମିର ଉନ୍ନତି ପାଇଁ ବିଭିନ୍ନ ସମୟରେ ପୁରାତନ ଛାତ୍ର ଓ ଅଭିଭାବକ ମାନେ ଦାବି କରିଆସୁଛନ୍ତି । ଏପରିକି ୨ ବର୍ଷ ତଳେ ରାଜ୍ୟ ସରକାର କେସି ହାଇସ୍କୁଲକୁ ଐତିହ୍ୟ ବିଦ୍ୟାଳୟ ଭାବେ ଘୋଷଣା କରିଥିଲେ । ସେହିକ୍ରମରେ ଏହି ବିଦ୍ୟାଳୟକୁ ପ୍ରାୟ ୨୫ ଲକ୍ଷ ଟଙ୍କା ଆସିଥିଲା। ହେଲେ ଉକ୍ତ ଟଙ୍କା ଖର୍ଚ୍ଚ ହୋଇ ନପାରି ଫେରି ଯାଇଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia