Dailyhunt

କାଳବୈଶାଖୀ ପରେ ଫେରୁଛି ସ୍ୱାଭାବିକ ସ୍ଥିତି

ସମାଜ 3 weeks ago

ରେଙ୍ଗାଲିକ୍ୟାମ୍ପ:ଅତାବିରା ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ। ଗତକାଲି ପ୍ରବଳ ବର୍ଷା ପବନ ଯୋଗୁଁ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗିଯାଇଥିଲା। ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଏଭଳି ସ୍ଥିତିରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଜର ନିରନ୍ତର ସେବା ଜାରି ରଖି ପରିବେଶକୁ ସ୍ଵାଭାବିକ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି।

ବାବେବୀରା, କୁଲୁଣ୍ଡା, ତଳି ଟାମ୍ପରସରା, ରେଙ୍ଗାଲି ପାଲି ଆଦି ଗ୍ରାମ ମାନଙ୍କରେ ରାସ୍ତା ଉପରେ ପଡ଼ିଥିବା ବିଶାଳକାୟ ଗଛର ଡାଳଗୁଡ଼ିକୁ କାଟି ରାସ୍ତା ସଫା କରିବା ପାଇଁ ଅଗ୍ନିଶମ ବାହିନୀ କାଲି ଠାରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛି। ଯାତାୟାତ କୁ ସୁଗମ କରିବା ପାଇଁ ବିଭାଗୀୟ କର୍ମଚାରୀମାନେ ଅତ୍ୟାଧୁନିକ କଟର ମେସିନ ସାହାଯ୍ୟରେ ଗଛଗୁଡ଼ିକୁ ଖଣ୍ଡ ଖଣ୍ଡ କରି ରାସ୍ତା କଡ଼କୁ ହଟାଉଛନ୍ତି। ଆଜି ସକାଳ ଠାରୁ ମଧ୍ୟ ଏହି କାର୍ଯ୍ୟ ଜାରି ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia