Dailyhunt

କାଳବୈଶାଖୀ ତାଣ୍ଡବ ; ୩ ଗୁରୁତର

ସମାଜ 1 week ago

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ କାଳବୈଶାଖୀର ପ୍ରଚଣ୍ଡ ତାଣ୍ଡବ ଦେଖାଯାଇଛି। ଗତକାଲି ସନ୍ଧ୍ୟା ୬ ଟାରୁ ପ୍ରବଳ ବର୍ଷା ପବନ ପରେ ଅନେକ ସ୍ଥାନରେ ଗଛ ଉପୁଡି ପଡ଼ିଥିଲା। ନୀଳାଦ୍ରିବିହାର ସୋମନାଥ ବସ୍ତିରେ ଘଡଘଡି ବଜ୍ରପାତରେ ତିନି ଜଣ ଗୁରୁତର ହୋଇଛନ୍ତି।
ଘର ଉପରେ ବଜ୍ରପାତ ଯୋଗୁଁଁ ଘରର ଛପର ଭାଙ୍ଗି ଉଡିଯାଇଥିଲା। ଗୋଟିଏ ପରିବାରର ତିନିଜଣ ଜଳି ଗୁରୁତର ହୋଇଛନ୍ତି।

ସେମାନଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଏଣେତେଣେ ଦୌଡିବା ସମୟରେ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ କଲେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ପହଞ୍ଚି ତଦନ୍ତ କରିଛି। କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ସନ୍ଧ୍ୟା ସମୟରେ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା।

ଜଣେ ସାଇକେଲ ଆରୋହୀଙ୍କ ଉପରେ ଉପୁଡି ପଡ଼ିଥିଲା ଗଛ। ଏଥିରେ ସାଇକେଲ ଆରୋହୀ ଆହତ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ ଡାଳ ଭାଙ୍ଗି ରାସ୍ତା ଅବରୋଧ ମଧ୍ୟ ହୋଇଥିଲା। ବାପୁଜୀ ନଗର ରେଲୱେ ଲେବୁଲ କ୍ରସିଂ ନିକଟ ବସ୍ତି କଡ଼ ଭଙ୍ଗା ଲୁହା ପାଚେରୀ ଭୁଶୁଡ଼ି ପଡ଼ିଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia