Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

କାଳବୈଶାଖୀରେ ଉଡ଼ିଗଲା ଟିଣ ଛପର ; ଅଳ୍ପକେ ବର୍ତ୍ତୀଲେ ପରିବାର

ସମାଜ 1 week ago

ଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ସଦରରେ ଶୁକ୍ରବାର ରାତି ପ୍ରାୟ ୮:୩୦ରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି।

କାଳବୈଶାଖୀ ପ୍ରଭାବରେ ଜୋରରେ ପବନ ବୋହିବା ସହ ବର୍ଷା ହୋଇଥିଲା। ଫଳରେ କଲ୍ୟାଣସିଂହପୁର ଭୈରବୀ ସାହି ନିକଟ ଆଦିବାସୀ ସାହିର ଋଣୀ କାଡ୍ରାକାଙ୍କ ଘରର ଟିଣ ଛପର ସମ୍ପୂର୍ଣ୍ଣ ଭାବେ ଉଡ଼ିଯାଇଛି।

ଭାଗ୍ୟ ବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ। ଫଳରେ ରଣୀଙ୍କ ପରିବାର ପଡ଼ୋଶୀ ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ଘରର ଟିଣ ଛପର ଉଡ଼ିଯିବା ପରେ ସମସ୍ତ ସାମଗ୍ରୀ ନଷ୍ଟ ହୋଇଯାଇଛି। ଯାହା ଏବେ ଋଣୀଙ୍କୁ ଚିନ୍ତାରେ ପକାଇଛି। ଋଣୀ ଦିନ ମଜୁରିଆ ହୋଇଥିବାରୁ ତାଙ୍କୁ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସେହିପରି ମିଶନ ଶକ୍ତି ଦ୍ୱାରା ମହିଳା ସଙ୍ଘ ଏକ କୁକୁଡ଼ା ପାଳନ ନିମନ୍ତେ ଗୃହ କରିଥିଲେ ତାହା ମଧ୍ୟ କାଳବୈଶାଖିର ତାଣ୍ଡବରେ ଭୁଶୁଡି ପଡିଛି। ଏହାକୁ ନେଇ ସ୍ଥାନୀୟ ସରପଞ୍ଚ ଓ ରାଜସ୍ବ ନିରୀକ୍ଷକଙ୍କୁ ସୂଚନା ଦେଇଥିଲେ। ଖବର ପାଇ ରାଜସ୍ବ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି ଋଣୀଙ୍କୁ ପଲିଥିନ ଦେଇଥିବା ଜଣାପଡିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia