ଭୁବନେଶ୍ଵର:ରାଜଧାନୀରେ ହାଇୱା ଚାଳକ ଆତଙ୍କ ଦେଖିବାକୁ ମିଳିଛି। ଚଳଚ୍ଚିତ୍ର ଶୈଳୀରେ ଏକ କାର୍ କୁ ୨୦୦ ମିଟର ଘୋଷାଡ଼ି ନେଇଛି ହାଇଓ୍ବା। ମଞ୍ଚେଶ୍ଵର ଥାନା ଅଧୀନ ଗଙ୍ଗୁଆ ନାଳ ସେତୁ ଉପରେ ରେ ଏହି ଘଟଣା ଘଟିଛି। କାର୍ରେ ଥିବା ଦାଦା ଓ ଝିଆରୀ ଅଳ୍ପକେ ବର୍ଷିଯାଇଛନ୍ତି। ପାହାଳ ନିକଟରୁ ହାଇୱା ଚାଳକଙ୍କୁ ପୁଲିସ ଧରିଛି।
ଧରାପଡ଼ିଥିବା ହାଇୱା ଚାଳକ ହେଉଛନ୍ତି ବୌଦ୍ଧର ଜଗମୋହନ ଭୁକ୍ତା। ହାଇୱାକୁ ଜବତ ସହ ଚାଳକ କଙ୍କୁ ପୁଲିସ ପଚରାଉଚରା କରୁଛି। ଶୁକ୍ରବାର ରାତିରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଏକ ହାଇୱା ଦ୍ରୁତଗତିରେ ଯାଉଥିଲା ଗଙ୍ଗୁଆ ନାଳ ସେତୁ ଉପରେ ଉକ୍ତ ହାଇୱା ସାମ୍ନାକୁ ଏକ କାର୍ ଆସି ଯାଇଥିଲା। ଦ୍ରୁତଗତିରେ ଯାଉଥିବା ହାଇୱା ଭାରସାମ୍ୟ ହରାଇ କାର୍କୁ ଘୋଷାଡ଼ି ନେଇଥିଲା ପ୍ରାୟ ୨୦୦ ମିଟର ଘୋଷାଡ଼ି ନେଇ ସତ୍ୟବିହାର ନିକଟରେ କାର୍କୁ ଛାଡ଼ି ଦେଇଥିଲା। ସ୍ଥାନୀୟ ଲୋକେ ଓ ପିସିଆର ଭ୍ୟାନ ପିଛା କରି ପାହାଳ ନିକଟରୁ ଉକ୍ତ ହାଇୱା ଚାଳକଙ୍କୁ ଧରିଥିଲୋ କାର୍ରେ ଥିବା ଦାଦା ଓ ଝିଆରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। କାର୍କୁ ହାଇୱା ଘୋଷାଡ଼ି ନେଉଥିବାର ଭିଡିଓ ପ୍ରଘଟ ହେଉଛି।
