Monday, 30 Mar, 5.30 am ସମାଜ

ଜୀବନ ରେଖା
କ୍ବାରେଣ୍ଟାଇନ୍ ସମୟରେ ତ୍ବଚା ଓ କେଶର ଯତ୍ନ

ଘରେ ବସି ରହିଲେ ମାନ୍ଦା ଲାଗିବା ସ୍ବାଭାବିକ। ଏପରି ସ୍ଥିତିରେ ଆପଣ ଖାଲି ସମୟରେ ନିଜ କେଶ ଓ ତ୍ବଚାର ଯତ୍ନ ନିଅନ୍ତୁ। ତ୍ବଚାରେ ଏଇ ସମୟରେ ଘରୋଇ ପ୍ୟାକ୍ ନିୟମିତ ଲଗାଇଲେ ରଙ୍ଗ ସଫା ହେବା ସହ ଦାଗ ମଧ୍ୟ ଦୂର ହୋଇଥାଏ।
Á ଟମାଟୋ ରସ, ଆଳୁ ରସ ଇତ୍ୟାଦିରେ ବେସନ ମିଶାଇ ତାହାକୁ ୧୫-୨୦ ମିନିଟ୍ ପାଇଁ ତ୍ବଚାରେ ଲଗାଇ ପରେ ଧୋଇନେବେ।
Á କେଶମୂଳରେ ପିଆଜ ରସରେ ନଡ଼ିଆ ତେଲ ମିଶାଇ ରାତିରେ ଲଗାଇ ତହିଁ ଆରଦିନ ଶ୍ୟାମ୍ପୁ କରନ୍ତୁ। ଏହା କେଶର ଘନତ୍ବ ବଢ଼ାଇବାରେ ସହାୟକ ହୋଇଥାଏ।
Á ଛଣାଛଣି ଖାଦ୍ୟ ଅଧିକ ଖାଇଲେ ତାହାର ପ୍ରଭାବ ତ୍ବଚା ଓ କେଶ ଉପରେ ପଡ଼େ। ଯେପରି ବ୍ରଣ ସମସ୍ୟା ସହ କେଶ ଝଡ଼ା ବଢ଼େ। ଏଣୁ ନିଜ ଭୋଜନରେ ସାଲାଡ୍ ସହ ସବୁଜ ପନିପରିବା ତରକାରି ସାମିଲ କରାଇବା ଆବଶ୍ୟକ।
Á ଏଇ ସମୟରେ ଘରେ ରହି ମଧ୍ୟ ସପ୍ତାହକୁ ୨-୩ଥର ମେନିକିୟୋର ଓ ପେଡିକିୟୋର କରାଇପାରିବେ। ନଖଉଷୁମ ପାଣିରେ ପାଦ ବୁଡ଼ାଇ ପରେ ପ୍ୟୁମିକ୍ ଷ୍ଟୋନ୍‌ରେ ପାଦ ଘସି ମୃତ କୋଷିକା ବାହାର କରନ୍ତୁ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: The Samaja Odia
Top