Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

କେରଳମ୍‌ର ଦୁଇ ମହିଳାଙ୍କୁ ଆମେରିକାରେ ହତ୍ୟା

ସମାଜ 3 weeks ago

ୱାଶିଂଟନ: ପରିବାର ସହିତ ଆମେରିକାର କାଲିଫର୍ଣ୍ଣିଆରେ ରହୁଥିବା କେରଳମ୍‌ର ଦୁଇ ଜଣ ମହିଳାଙ୍କୁ ଭିନ୍ନ ଭିନ୍ନ ଘଟଣାରେ ହତ୍ୟା କରାଯାଇଛି। ହତ୍ୟାର ଶିକାର ଦୁଇ ମହିଳା ହେଲେ ତ୍ରିସୁରର ଅଞ୍ଜନା ହରି (୩୫) ଓ ତିରୁଅନନ୍ତପୁରମ୍‌ର ଆନ୍ନା ମ୍ୟାରି ମ୍ୟାଥ୍ୟୁ (୪୦)। ଏହି ଘଟଣାରେ ଉଭୟଙ୍କ ସହ ବନ୍ଧୁତା ରଖିଥିବା କେରଳମ୍‌ କୋଟ୍ଟାୟମ୍‌ର ଆନିଲା (୩୨)ଙ୍କୁ ଗିରଫ କରାଯାଇଛି।

ଅଗଷ୍ଟ ୨୮ ଦୁଇ ପୃଥକ ଘଟଣାରେ ଉଭୟଙ୍କୁ ହତ୍ୟା କରାଯାଇଥିବାବେଳେ ଏହାର କାରଣ ଜଣାପଡି ନାହିଁ। ତିନି ମହିଳା ଏକାଠି ଓନମ୍ ପର୍ବ ପାଳନ କରିବା ପରେ ଫିଲ୍ମ ଦେଖିବାକୁ ଯାଇଥିଲେ। ଅଞ୍ଜନାଙ୍କୁ କାର୍‌ ଚଢାଇ ହତ୍ୟା କରାଯାଇଥିବା ବେଳେ ଆନ୍ନା ମ୍ୟାଥ୍ୟୁଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia