Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

କେତନ ଅଗ୍ରୱାଲ ହତ୍ୟା ଘଟଣା; ବିଚାର ବିଭାଗୀୟ ହାଜତରେ ସିୟା, ଚେତନ

ସମାଜ 1 week ago

ପୁଣେ: ପୁଣେର ପ୍ରତିଷ୍ଠିତ ବ୍ୟବସାୟୀ କେତନ ଅଗ୍ରୱାଲ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ଏବଂ ତାଙ୍କ ପ୍ରେମିକ ଚେତନ ଚୌଧୁରୀଙ୍କୁ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଉଭୟ ଅଭିଯୁକ୍ତଙ୍କ ପୁଲିସ ରିମାଣ୍ଡ ଅବଧି ଶୁକ୍ରବାର ଶେଷ ହେବା ପରେ ସେମାନଙ୍କୁ ପ୍ରଥମ ଶ୍ରେଣୀ ଜୁଡିସିଆଲ ମାଜଷ୍ଟ୍ରେଟ୍‌ କୋର୍ଟରେ ହାଜର କରାଯାଇଥିଲା।

କୋର୍ଟ ଉଭୟଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ନିର୍ଦେଶ ଦେଇଥିଲେ। ତେବେ ପୁଲିସ ଉଭୟଙ୍କୁ ଆଉ ତିନିଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା; ମାତ୍ର କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଜୁନ୍ ୧୮ରେ ଲୋହଗଡ଼ ଦୁର୍ଗକୁ ବୁଲିବାକୁ ଯାଇଥିବାବେଳେ କେତନଙ୍କୁ ସିୟା ଓ ଚେତନ ଦୁର୍ଗର ତଳକୁ ଠେଲି ହତ୍ୟା କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia