ନୂଆଦିଲ୍ଲୀ: ଅଷ୍ଟ୍ରେଲୀୟ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ ଜୋଶ ଇଙ୍ଗଲିଶ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସରେ ଯୋଗ ଦେଇଛନ୍ତି। ସୋମବାର ମୁମ୍ବଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ଖେଳିବାର ଯଥେଷ୍ଟ ସମ୍ଭାବନା ରହିିଛି। ଇଙ୍ଗଲିଶ ୨୦୨୫ରେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳିଥିଲେ। ୨୦୨୬ ଲାଗି ଅନୁଷ୍ଠିତ ମିନି ଖେଳାଳି ନିଲାମରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଇଙ୍ଗଲିଶଙ୍କୁ ୮ କୋଟି ୬୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଥିଲା।
ଆହତ ଥିବାରୁ ଇଙ୍ଗଲିଶ ଆଇପିଏଲ୍ରେ ଏପର୍ଯ୍ୟନ୍ତ ଯୋଗ ଦେଇ ପାରିନଥିଲେ।
