Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ମା' ମଝିଘରିଆଣୀଙ୍କ ହୁଣ୍ଡିରୁ ମିଳିଲା ଦୁଃଖଭରା ଚିଠି

ସମାଜ 1 week ago

ରାୟଗଡ଼ା:ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ତଥା ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣୀଙ୍କ ଦାନ ହୁଣ୍ଡିରୁ ଏକ ଭାବବିହ୍ୱଳ ତଥା ଦୁଃଖଭରା ଚିଠି ଉଦ୍ଧାର ହୋଇଛି। ହୁଣ୍ଡି ଗଣତି ସମୟରେ ଟଙ୍କା, ସୁନା ଓ ରୂପା ଅଳଙ୍କାର ସହ ଏହି ଚିଠି ମିଳିଥିବା ବେଳେ ଏହା ମନ୍ଦିର କମିଟି ଓ ଉପସ୍ଥିତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି।

ସୂଚନା ଅନୁସାରେ, କୋରାପୁଟ ଜିଲ୍ଲାର ଜଣେ ଅସହାୟ ଭକ୍ତ ପରିବାରର ଆର୍ଥିକ ଅନଟନ ଓ ପ୍ରବଳ ଋଣଭାରରେ ଅତିଷ୍ଠ ହୋଇ ଶେଷରେ ମା' ମଝିଘରିଆଣୀଙ୍କ ଶରଣ ପଶିଛନ୍ତି। ଚିଠିରେ ସେ ନିଜ ଦୁଃଖ ଓ ଆର୍ଥିକ ସମସ୍ୟା ବଖାଣିବା ସହ ସାଙ୍ଗସାଥି ଓ ସମ୍ପର୍କୀୟଙ୍କ ମଧ୍ୟରୁ ପ୍ରାୟ ୨୩ ଜଣଙ୍କଠାରୁ ଋଣ ନେଇଥିବା ଉଲ୍ଲେଖ କରିଛନ୍ତି। ଋଣ ପରିଶୋଧ କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଥିବାରୁ ସେ ମାନସିକ ଭାବେ ଭାଙ୍ଗିପଡ଼ିଥିବା ଚିଠିରୁ ଜଣାପଡ଼ିଛି। ଚାରିଆଡ଼ୁ ନିରାଶ ହେବା ପରେ ଶେଷରେ ପ୍ରତ୍ୟକ୍ଷ ଠାକୁରାଣୀ ମା' ମଝିଘରିଆଣୀଙ୍କ ଉପରେ ସମସ୍ତ ଭରସା ରଖିଛନ୍ତି ଏହି ଭକ୍ତ। ନିଜ ଦୁଃଖ ଦୂର କରିବା ସହ ଋଣଭାରରୁ ମୁକ୍ତ କରିବା ପାଇଁ ମା'ଙ୍କ ନିକଟରେ ଆକୁଳ ନିବେଦନ କରି ଚିଠିଟିକୁ ହୁଣ୍ଡିରେ ପକାଇଥିବା ଜଣାପଡ଼ିଛି।ମା'ଙ୍କ ନିକଟରେ ଭକ୍ତଙ୍କ ଏଭଳି ଆକୁଳ ନିବେଦନ ଚିଠି ମିଳିବା ଘଟଣା ଭକ୍ତି ଓ ଭାବନାର ଏକ ନିଆରା ଦୃଶ୍ୟ ସୃଷ୍ଟି କରିଛି। ଆର୍ଥିକ ସମସ୍ୟାରେ ଜର୍ଜରିତ ହୋଇ ଜଣେ ଭକ୍ତ ନିଜର ଶେଷ ଭରସା ଭାବେ ମା'ଙ୍କ ଶରଣ ନେଇଥିବା ଘଟଣା ଉପସ୍ଥିତ ଲୋକଙ୍କୁ ଭାବବିହ୍ୱଳ କରିଦେଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia