Dailyhunt

ମହିଳା ସିଆରସିସିଙ୍କୁ ଯୌନ ନିର୍ଯାତନା ମାମଲା ; ଡିଇଓ, ବିଇଓ ଗିରଫ

ସମାଜ 2 weeks ago

ରଗଡ଼ : ବରଗଡ଼ ଟାଉନ ଥାନାଞ୍ଚଳରେ ମହିଳା ସିଆରସିସିଙ୍କୁ ଯୌନ ନିର୍ଯାତନା ମାମଲାରେ ଗୁରୁବାର ଏକ ବଡ ଘଟଣା ସାମ୍ନାକୁ ଆସିଛି। ଡିଇଓ, ବିଇଓଙ୍କ ସହ ପିଇଟିଙ୍କୁ ଗିରଫ କଲା ପୁଲିସ। ଅଶ୍ଳୀଳ ମେସେଜ ସହ ଯୌନ ନିର୍ଯାତନା ଦେଇଥିବା ନେଇ ହୋଇଥିଲା ଅଭିଯୋଗ। ବ୍ଲକ ଶିକ୍ଷା ଧିକାରୀ ସୁରେନ୍ଦ୍ର ସାହୁ ଓ ଜିଲ୍ଲା ଶିକ୍ଷାଧିକାରୀ ଜ୍ୟୋତିକାନ୍ତ ସାହୁ ଆଜି ଗିରଫ ହୋଉଛନ୍ତି।

ମହିଳା ସିଆରସିସିଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଉଭୟ ଅଧିକାରୀଙ୍କୁ ପୁଲିସ ଗତ କାଲିଠାରୁ ଅଟକ ରଖି ପଚାରଉଚୁରା କରୁଥିଲା। ପ୍ରମାଣ ମିଳିବା ପରେ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।ସମୀର ପାଣିଗ୍ରାହୀ ସତଲମା ସ୍କୁଲର କ୍ରୀଡା ଶିକ୍ଷକ ମଧ୍ୟ ଗିରଫ ହୋଇଛନ୍ତି।
ସୂଚନାନୁଯାୟୀ କାର୍ଯ୍ୟ କ୍ଷେତ୍ରରେ ଜନୈକ ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ପୁଲିସ ଦୁଇ ଜଣ ଶିକ୍ଷା ଅଧିକାରୀଙ୍କୁ ଡ଼କାଇ ପଚରାଉଚରା କରିଥିଲା। ବରଗଡ଼ ଶିକ୍ଷା ବିଭାଗରେ ବିଭିନ୍ନ ଦୁର୍ନୀତି ନେଇ ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଥିଲା। ବରଗଡ଼ ଜିଲାରେ ଶିକ୍ଷା ବିଭାଗର ବିଭିନ୍ନ ଦୁର୍ନୀତି ଓ ଜଣେ ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଜିଲା ପ୍ରଶାସନ ପାଖରେ ହୋଇଥିଲା। ଏନେଇ ତଦନ୍ତ ଆରମ୍ଭ କରିଥିଲା ପୁଲିସ। ବରଗଡ଼ ଜିଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ଡକାଇ ପଚରା ଉଚୁରା କରିଥିଲା। ପୁଲିସ ଏକା ସାଙ୍ଗରେ ଅନେକ ଅଭିଯୋଗର ତଦନ୍ତ ଆରମ୍ଭ କରିଛି। ବିଜ୍ଞାନ ମେଳା, ବେଞ୍ଚ, ଡେସ୍କ ଓ କମ୍ପ୍ୟୁଟର କିଣା ଆଦି ଘଟଣାକୁ ନେଇ ଶିକ୍ଷା ବିଭାଗ ପୂର୍ବରୁ ଚର୍ଚ୍ଚାରେ ଥିଲା। ପୂର୍ବତନ ଜିଲା ଶିକ୍ଷାଧିକାରୀ ବିଜ୍ଞାନ ନିରୀକ୍ଷକଙ୍କ ନଁାରେ ଏହିସବୁ ଅଭିଯୋଗ ଆସିଥିଲା। ଜିଲାପାଳ ତଦନ୍ତ ନିର୍ଦେଶ ଦେଇଥିଲେ; ମାତ୍ର କିଛି କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା। ଏବେ ଏସବୁର ତଦନ୍ତ ହେଉଥିବା ଜଣାପଡ଼ିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia