ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସଅଁରାପଶି ଆକାଶିଆ ଜଙ୍ଗଲ ଇଲାକାରେ ଚାଲିଥିବା ଚୋରା ମଦ ଆଡ୍ଡାରେ ଆଜି ପାଖାପାଖି ୩୦ରୁ ଉର୍ଦ୍ଧ୍ବ ମହିଳା ଭାଙ୍ଗି ଦେଇଛନ୍ତି। କିଛି ବର୍ଷ ହେଲା ଏଠାରେ ଛାମୁଣ୍ଡିଆ କରି ଚୋରାମଦ ବିକ୍ରେତା ମାନେ ବ୍ୟବସାୟ ଚଳାଇ ଆସୁଥିଲେ। ନିଛାଟିଆ ଜାଗାକୁ ଯାଇ ଯୁବକ ଓ ପୁରୁଷ ମାନେ ଯାଇ ଏଠାରୁ ମହୁଲି ପିଇ ଟଙ୍କା ଅପଚୟ ସହ ପରିବାର କୁ ଅଣଦେଖା କରୁଥିଲେ।
ଗତକାଲି ମହିଳା ମାନେ ଚୋରା ମଦ କାରବାର ବନ୍ଦ କରିବା ଦାବିରେ ଅବକାରୀ ଥାନା ଘେରାଉ କରିଥିଲେ। ଆଜି ପୁଣି ଉକ୍ତ ସ୍ଥାନରେ ମଦବିକ୍ରି ହେଉଥିବା ଖବର ପାଇ ମହିଳା ମାନେ ଏପରି ପଦକ୍ଷେପ ନେଇଛନ୍ତି।
ଏଠାରେ ଚାଖଣା ତିଆରି ପାଇଁ ଜଙ୍ଗଲ କାଠ ବ୍ୟବହାର ହେଉ ଥିବାରୁ ବନପାଳ ନିରଞ୍ଜନ ସେଠୀ ଘଟଣା ସ୍ଥଳରେ ପହଞ୍ଚି ଭଙ୍ଗା ଯାଇଥିବା ମଦ ଆଡ୍ଡାର କାଠ ଗୁଡିକୁ ଜବତ କରିଛନ୍ତି।
