Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ମଣ୍ଡିରେ ଧାନ ବିକ୍ରି ନ ହେବାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

ସମାଜ 2 weeks ago

ଟିଟିଲାଗଡ଼:ବଲାଙ୍ଗୀର ଜିଲ୍ଲାରେ ରବି ଧାନ କ୍ରୟରେ ବିଳମ୍ବକୁ ନେଇ ଚାଷୀଙ୍କ ଅସନ୍ତୋଷ ତୀବ୍ର ହୋଇଛି। ମଣ୍ଡିରେ ଧାନ କ୍ରୟ ନ ହେବା ପ୍ରତିବାଦରେ ଶନିବାର ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ମଣ୍ଡିର ଚାଷୀମାନେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଧାରଣାରେ ବସିଛନ୍ତି।

ସୂଚନା ଅନୁଯାୟୀ, ଗତ ମାସ ୨୫ ତାରିଖରୁ ବଲାଙ୍ଗୀର ଜିଲ୍ଲାରେ ରବି ଧାନ କ୍ରୟ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା।

କିନ୍ତୁ ଏପର୍ଯ୍ୟନ୍ତ ବିଜେପୁର ମଣ୍ଡିରେ ଚାଷୀଙ୍କ ଧାନ କ୍ରୟ ହୋଇନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଚାଷୀମାନେ ସରକାର ଓ ସ୍ଥାନୀୟ ପ୍ରଶାସନର ଅବହେଳା ଦାୟୀ ବୋଲି କହିଛନ୍ତି।ଏପଟେ ବର୍ଷା ଆରମ୍ଭ ହୋଇଥିବାରୁ ମଣ୍ଡିରେ ପଡ଼ିଥିବା ଧାନ ନଷ୍ଟ ହେବା ଆଶଙ୍କା ଚାଷୀଙ୍କ ଚିନ୍ତାକୁ ବଢ଼ାଇଛି। ଏହାକୁ ନେଇ କେତେକ ଚାଷୀ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କ ନିକଟରେ କାନ୍ଦି କାନ୍ଦି ନିଜ ଦୁଃଖ ଜଣାଇଥିବା ଦେଖାଯାଇଥିଲା।ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ୧୦୦୦ କ୍ୱିଣ୍ଟାଲ ଧାନ ଏପର୍ଯ୍ୟନ୍ତ କ୍ରୟ ହୋଇନାହିଁ। ରିପୋର୍ଟ ଲେଖାଯିବା ସୁଦ୍ଧା ଚାଷୀମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରଖିଥିଲେ।ଧାନ କ୍ରୟ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। କେତେକ ଚାଷୀ ହତାଶା ପ୍ରକାଶ କରି ଆତ୍ମହତ୍ୟା କରିବା ପର୍ଯ୍ୟନ୍ତ ସ୍ଥିତି ସୃଷ୍ଟି ହୋଇଥିବା କଥା କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia