Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ମନ୍ତ୍ରୀ ପଦ ନ ମିଳିବାରୁ ୨ ବିଧାୟକଙ୍କ ଇସ୍ତଫା

ସମାଜ 4 days ago

ବେଙ୍ଗାଲୁରୁ : କର୍ଣ୍ଣାଟକ କଂଗ୍ରେସ କଳି ଥମିବାର ନା ଧରୁନି। ଡିକେ ଶିବକୁମାର ନୂଆ ମୁଖ୍ୟମନ୍ତ୍ରୀ ହେବା ପରେ ବି ସମସ୍ୟା ସମାଧାନ ହେଉନାହିଁ। କ୍ୟାବିନେଟରେ ସ୍ଥାନ ନ ପାଇବା ପରେ କଂଗ୍ରେସର ଦୁଇ ବିଧାୟକ ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଶିବକୁମାର ଏହାକୁ ନେଇ ଚିନ୍ତିତ ନାହାନ୍ତି। ସେ ୨ ବିଧାୟକଙ୍କ ଇସ୍ତଫାକୁ ସାଧାରଣ ଘଟଣା କହି ଏଡ଼ାଇ ଦେଇଛନ୍ତି।

ଇସ୍ତଫା ରାଜନୀତିର ଏକ ଅଂଶବିଶେଷ ବୋଲି ଶିବକୁମାର କହିଛନ୍ତି। ଏଥିସହ ସେ ଇସ୍ତଫା ଦେବାକୁ ଧମକ ଦେଉଥିବା ବିଧାୟକମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଶିବକୁମାର କହିଛନ୍ତି ଯେ ଇସ୍ତଫା ଦେବାକୁ ଚାହୁଁଥିବା ବିଧାୟକଙ୍କୁ କେହି ଅଟକାଇବେ ନାହିଁ। ଯଦି କେହି ଇସ୍ତଫା ଦେବାକୁ ଚାହାଁନ୍ତି, ତେବେ ସେ କିଛି ମିନିଟ୍ ମଧ୍ୟରେ ତାହା ଗ୍ରହଣ କରିନେବେ। ଯଦି ସେମାନେ ଦଳ ଏବଂ ରାଜନୈତିକ ଭବିଷ୍ୟତ ଚାହୁଁଛନ୍ତି ତେବେ ଇସ୍ତଫା ଦେବେ ନାହିଁ। ଶିବକୁମାର ନିଜ ରାଜନୈତିକ ଯାତ୍ରାକୁ ଉଦାହରଣ ଭାବେ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ଅତୀତରେ ତାଙ୍କୁ ଧରମ ସିଂହ ଏବଂ ସିଦ୍ଧରମେୟାଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ମନ୍ତ୍ରୀ ପଦ ମିଳି ନ ଥିଲା। ଏହା ସତ୍ତ୍ବେ ସେ ଏବଂ ଜି ପରମେଶ୍ବର ଇସ୍ତଫା ନ ଦେଇ ଦଳ ସହ ରହିଥିଲେ। କ୍ୟାବିନେଟରେ ସାମିଲ ନ ହେବାରୁ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକ ଯଶୋବନ୍ତ ରାୟ ଗୌଡ଼ା ଭି ପାଟିଲ ଏବଂ ବେଲୁର ଗୋପାଳକୃଷ୍ଣଙ୍କୁ ନେଇ ଶିବକୁମାର ଏହି ଟିପ୍ପଣୀ ଦେଇଛନ୍ତି। ଉପ ବାଚସ୍ପତି ରୁଦ୍ରପ୍ପା ଲମାନୀଙ୍କୁ ପାଟିଲ ସୋମବାର ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏହା ପରେ ତାଙ୍କ ସମର୍ଥକମାନେ ବେଙ୍ଗାଲୁରୁରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦଳ ପାଟିଲଙ୍କ ସହ ଅନ୍ୟାୟ କରିଛି ବୋଲି ସେମାନେ ଅଭିଯୋଗ କରିଥିଲେ।

ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia