Dailyhunt

ମେ' ୩ରେ ନିଟ୍‌

ସମାଜ 1 week ago

ଭୁବନେଶ୍ୱର : ନ୍ୟାସ୍‌ନାଲ୍‌ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପରିଚାଳିତ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା(ନିଟ୍‌) ମେ' ୩ରେ ଅନୁଷ୍ଠିତ ହେବ। ଏମ୍‌ବିବିଏସ୍‌, ବିଡିଏସ୍‌, ବିଏଚ୍‌ଏମ୍‌ଏସ୍‌ ଏବଂ ବିଏଏମ୍‌ଏସ୍‌ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଏହି ପ୍ରବେଶିକା ପରୀକ୍ଷା ହେଉଛି। ଏଥିପାଇଁ ଆଡମିଟ୍‌ କାର୍ଡ ଉପଲବ୍ଧ ହୋଇଛି।

ଛାତ୍ରଛାତ୍ରୀ ଏନ୍‌ଟିଏ ୱେବସାଇଟ୍‌ (www.neet.nta.nic.in)କୁ ଯାଇ ଆଡମିଟ୍‌ କାର୍ଡ
ଡାଉନଲୋଡ କରିପାରିବେ।
ଏହି ପ୍ରବେଶିକା ପରୀକ୍ଷା ମେ' ୩ ଅପରାହ୍ଣ ୨ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଛାତ୍ରଛାତ୍ରୀ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ସାଢ଼େ ୧ଟା ମଧ୍ୟରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ। ବିଦ୍ୟାର୍ଥୀ ପରୀକ୍ଷା କେନ୍ଦ୍ରକୁ ଜୋତା ପିନ୍ଧି ଯିବେ ନାହିଁ। ସ୍ଲିପର ଚପଲ ପିନ୍ଧିଯିବେ। ପରୀକ୍ଷା କେନ୍ଦ୍ର ଭିତରକୁ ସ୍ମାର୍ଟଫୋନ, ସ୍ମାର୍ଟୱାଚ୍‌, କ୍ୟାମେରା, କାଲ୍‌କୁଲେଟର ଏବଂ ନୋଟବୁକ୍ ନେଇପାରିବେ ନାହିଁ। ପରୀକ୍ଷାର୍ଥୀ ବେଲ୍ଟ ଏବଂ ଅଳଙ୍କାର ପିନ୍ଧିବେ ନାହିଁ। ରାଜ୍ୟର ଅନୁଗୋଳ, ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ବର, କଟକ, ରାଉରକେଲା, ସମ୍ବଲପୁର, ବଲାଙ୍ଗିର, ଭବାନୀପାଟଣା, କେନ୍ଦୁଝର, ଜୟପୁର, ମାଲକାନଗିରି, ପାରଳାଖେମୁଣ୍ଡି, ଫୁଲବାଣୀ, ରାୟଗଡ଼ା, ପୁରୀ, ବରଗଡ଼, ବାରିପଦା, ଭଦ୍ରକ ଏବଂ ଯାଜପୁରରେ ପରୀକ୍ଷା କେନ୍ଦ୍ର ହୋଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia