Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ମେ' ୮ରେ ଦୁର୍ଲ୍ଲଭ ଯୋଗ : ଏହି ୪ ରାଶିଙ୍କୁ ବୁଧ-ଶନି ଦେବେ ଜବରଦସ୍ତ ଲାଭ

ସମାଜ 2 months ago

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ କୌଣସି ଗ୍ରହ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି, ତେବେ ଏହାର ପ୍ରଭାବ ସଭିଁଙ୍କ ଜାତକରେ, ଜୀବନରେ ପଡ଼ିଥାଏ। ଶାସ୍ତ୍ର ଅନୁସାରେ ମେ' ୮ ଶୁକ୍ରବାରରେ ବୁଧ ଓ ଶନି ୩୦ ଡିଗ୍ରୀର ଖାସ୍ କୋଣରେ ବିରାଜମାନ ହୋଇ ଦ୍ୱିଦ୍ୱାଶ ଦୃଷ୍ଟି ଯୋଗ ସୃଷ୍ଟି କରିବେ। ଏହି ଯୋଗ ସକାଳ ୭ଟା ୪୧ ମିନିଟରେ ହେବ।

ତେବେ ଶାସ୍ତ୍ର ଅନୁସାରେ ବୁଧ ବୁଦ୍ଧି, ବାର୍ତ୍ତା ଓ ନିର୍ଣ୍ଣୟ ନେବାର କ୍ଷମତା ସହ ଜଡିତ। ଶନି କର୍ମ, ଅନୁଶାସନ ଓ କର୍ମଫଳ ଦାତା। ଫଳରେ ଏହି ୨ ଗ୍ରହ ଏକାଠି ହେବା ଦ୍ୱାରା କିଛି ରାଶିଙ୍କ ଭାଗ୍ୟ ସୁନା ଭଳି ଚମକିବ..

ବୃଷ-ବୃଷ ରାଶି ପାଇଁ ଏହି ସମୟ ଆର୍ଥିକ ଦୃଷ୍ଟି କୋଣରୁ ଶୁଭଙ୍କର। ଆୟର ନୂଆ ରାସ୍ତା ମିଳିବ। ପୁରୁଣା ସମସ୍ୟା ଦୂର ହେବ। ଚାକିରିରେ ଆଗକୁ ବଢିବାକୁ ସୁଯୋଗ ମିଳିବ। ବ୍ୟବସାୟୀ ବଡ ନିଷ୍ପତ୍ତି ନେଇ ଲାଭବାନ୍ ହେବେ। ଆତ୍ମବିଶ୍ୱାସ ବୃଦ୍ଧି ହେବ। ଯାତ୍ରାର ଯୋଗ ରହିଛି।

ମିଥୁନ-କର୍ମକ୍ଷେତ୍ରରେ ଶୁଭ ଖବର ମିଳିବ। ପଦନ୍ନୋତି, ନୂଆ ଦାୟିତ୍ୱ ମିଳିବାର ଯୋଗ ରହିଛି। କର୍ମ ଯୋଗୁଁଁ ନୂଆ ପରିଚୟ ମିଳିବ।ବ୍ୟବସାୟରେ ବଡ ସୁଯୋଗ ମିଳିବ। ଚିନ୍ତାଧାରାରେ ପରିବର୍ତ୍ତନ ହେବ।

କନ୍ୟା- ପରିଶ୍ରମର ଫଳ ମିଳିବ। ଅଟକି ଥିବା କାମ ଧିରେ ଧିରେ ପୂରଣ ହେବ। ଧନ ସହ ଜଡିତ ଥିବା ସମସ୍ୟା ଦୂର ହେବ। ନୂଆ ଯୋଜନାରେ ସଫଳତା ମିଳିବ। ଚିନ୍ତାଧାରା ଆହୁରି ଉନ୍ନତ ହେବ। ମାନସିକ ଶାନ୍ତି ମିଳିବ।

ମକର-ମକର ରାଶି ପାଇଁ ଏହି ଯୋଗ କର୍ମକ୍ଷେତ୍ର ଓ ଧନ ସହ ଜଡିତ ମାମଲାରେ ସକରାତ୍ମକ ପରିବର୍ତ୍ତନ ଆଣିବ। ଅଟକି ଥିବା କାମ ପୂରଣ ହୋଇଯିବ। ଆୟରେ ବୃଦ୍ଧି ହେବ। ମାତ୍ର ଖର୍ଚ୍ଚାନ୍ତ ହୋଇପାରନ୍ତି। ପରିବାର ସଦସ୍ୟଙ୍କ ସହଯୋଗ ମିଳିବ। ସଫଳତା ମଧ୍ୟ ମିଳିବ।

ଆଧାରକୁ ନେଇ ବଡ ଖବର ; ବଦଳିଲା ନିୟମ, ଏଣିକି ଜନ୍ମ ତାରିଖ ଆଉ ହେବନି..

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia