ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ ୩ଟି ଗ୍ରହ ଏକାଠି ହୁଅନ୍ତି, ତେବେ ତ୍ରିଗ୍ରହୀ ଯୋଗ ସୃଷ୍ଟି ହୋଇଥାଏ। ଏହାର ପ୍ରଭାବ ଲୋକଙ୍କ ଜୀବନ ସହ ସାରା ଦେଶ-ଦୁନିଆ ଉପରେ ମଧ୍ୟ ପଡ଼ିଥାଏ। ଶାସ୍ତ୍ର ଅନୁସାରେ ୧୧ ମେ'ରେ ସୂର୍ଯ୍ୟ, ବୁଧ ଓ ମଙ୍ଗଳ ଏକା ସହ ମେଷ ରାଶିରେ ରହିବେ। ଯାଦ୍ୱାରା ତ୍ରିଗ୍ରହୀ ଯୋଗ ହେବ। ୧୧ ମେ'ରେ ଗ୍ରହଙ୍କ ସେନାପତି ମଙ୍ଗଳ ମେଷ ରାଶିରେ ଓ ୨୦ ଜୁନ ପର୍ଯ୍ୟନ୍ତ ରହିବେ।
ସୂର୍ଯ୍ୟ ଏଠାରେ ପୂର୍ବରୁ ରହି ଥିବା ବେଳେ ୩୦ ଏପ୍ରିଲରେ ବୁଧ ଏହି ରାଶିରେ ପ୍ରବେଶ କରିବେ। ଫଳରେ ଏହି ଶୁଭ ସ୍ଥିତିର ନିର୍ମାଣ ହେବ।
ତ୍ରିଗ୍ରହୀ ଯୋଗ ବ୍ୟତୀତ ୧୧ ମେ'ରେ ମଙ୍ଗଳାଦିତ୍ୟ ରାଜଯୋଗ ଓ ବୁଦ୍ଧାଦିତ୍ୟ ରାଜଯୋଗ ମଧ୍ୟ ସୃଷ୍ଟି ହେବ। ତେବେ ଜାଣନ୍ତୁ ମେ'ରେ ହେବାକୁ ଥିବା ତ୍ରିଗ୍ରହୀ ଯୋଗ, ରାଜଯୋଗ ଓ ବୁଦ୍ଧାଦିତ୍ୟ ଯୋଗ ଫଳରେ କେଉଁ କେଉଁ ରାଶିଙ୍କ ଭାଗ୍ୟ ବଦଳିବ..
ମେଷ- ଏହି ଯୋଗ ମେଷ ରାଶିରେ ହେବାକୁ ଯାଉଛି। ତେଣୁ ସବୁଠାରୁ ଅଧିକ ପ୍ରଭାବ ଏହି ରାଶିରେ ହିଁ ଦେଖାଯିବ। ଆତ୍ମବିଶ୍ୱାସ ବୃଦ୍ଧି ହେବ। ନେତୃତ୍ୱ ନେବାରେ କ୍ଷମତା ରହିବ। ଅଟକି ଥିବା କାମ ପୂରଣ ହେବ। କର୍ମକ୍ଷେତ୍ରରେ ଆଗକୁ ବଢିବାରେ ସୁଯୋଗ ମିଳିବ। ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ ରହିବ।
ସିଂହ- ପରିଶ୍ରମର ଫଳ ମିଳିବ। ଭାଗ୍ୟର ସାଥ୍ ମିଳିବ। କର୍ମରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ। ଧନ ଲାଭର ଯୋଗ ରହିଛି।
ତୁଳା- ଚାକିରି ଓ କର୍ମକ୍ଷେତ୍ରରେ ଏହି ସମୟ ବେଶ ଲାଭଦାୟକ। ନୂଆ ଚାକିରିର ସୁଯୋଗ ମିଳିବ। ପଦନ୍ନୋତିର ଯୋଗ ରହିଛି। ଆମଦାନୀ ସହ ଦରମା ବୃଦ୍ଧି ହେବ।
ମକର– ନୂଆ ନୂଆ ସୁଯୋଗ ମିଳିବ। ଆୟର ରାସ୍ତା ଖୋଲିବ। ନିବେଶ କରି ମଧ୍ୟ ଲାଭବାନ୍ ହେବେ। ଏହି ସମୟ ବେଶ ଶୁଭଙ୍କର ହେବ। ପରିବାର ସଦସ୍ୟଙ୍କ ସହ ସୁଖମୟ ସମୟ ଅତିବାହିତ କରିବେ। ମନ ଖୁସି ରହିବ।
କୁମ୍ଭ- ସମ୍ପର୍କରେ ମଧୁରତା ରହିବ। ପ୍ରେମ ସମ୍ପର୍କ ମଜଭୁତ ହେବ। ପରିବାରରୁ ଖୁସି ଖବର ମିଳିବ। ବ୍ୟବସାୟରେ ବଡ ଲାଭ ମିଳିବ। ଆର୍ଥିକ ସ୍ଥିତି ମଜଭୁତ ହେବ।
