Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ମୋଦୀ ଆମର ଘନିଷ୍ଠ ବନ୍ଧୁ : ନେତାନ୍ୟାହୁ

ସମାଜ 2 weeks ago

ଜେରୁଜେଲମ୍‌ : ଇରାନ ସହ ଜାରି ଥିବା ତିକ୍ତତା ଓ ବିଶ୍ୱ ରାଜନୀତିର ପରିବର୍ତ୍ତିତ ପରିସ୍ଥିତି ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତ-ଇସ୍ରାଏଲ ସମ୍ପର୍କକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ଇସ୍ରାଏଲ ସକ୍ରିୟ ଭାବେ କାମ କରୁଛି।

ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇସ୍ରାଏଲର ସବୁଠାରୁ ଘନିଷ୍ଠ ବନ୍ଧୁମାନଙ୍କ ମଧ୍ୟରୁ ଜଣେ ବୋଲି ବର୍ଣ୍ଣନା କରିଛନ୍ତି। କଠିନ ସମୟରେ ଭାରତ ପକ୍ଷରୁ ମିଳିଥିବା ସମର୍ଥନ ଓ ସହଯୋଗକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି। ନେତାନ୍ୟାହୁ କହିଛନ୍ତି ଆମକୁ ଆହୁରି ମଜଭୁତ ବନ୍ଧୁତ୍ୱ ଓ ସହଯୋଗୀ ଦେଶର ଆବଶ୍ୟକତା ରହିଛି। ସେଥିପାଇଁ ଭାରତ ଏବଂ ମୋର ବନ୍ଧୁ ନରେନ୍ଦ୍ର ମୋଦୀଙ୍କ ସହ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉପରେ ମୁଁ ବିଶେଷ ଗୁରୁତ୍ୱ ଦେଉଛି।

ଇସ୍ରାଏଲ ଓ ମୋତେ ବ୍ୟକ୍ତିଗତ ଭାବେ ଭାରତୀୟଙ୍କ ତରଫରୁ ଯେପରି ସମର୍ଥନ ମିଳୁଛି ତାହା ଅବିଶ୍ୱସନୀୟ। ୨୦୧୮ରେ ବେଞ୍ଜାମିନ ନେତାନ୍ୟାହୁ ଭାରତ ଗସ୍ତରେ ଆସିଥିବାବେଳେ ଉଭୟ ଦେଶ ମଧ୍ୟରେ ୯ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ସେହି ସମୟରେ ଭାରତ-ଇସ୍ରାଏଲ ସମ୍ପର୍କକୁ 'ବିଶେଷ ଭାଗୀଦାରି'ର ମାନ୍ୟତା ଦିଆଯାଇଥିଲା, ଯାହା ବାଣିଜ୍ୟ, ପ୍ରଯୁକ୍ତି ଓ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗକୁ ନୂଆ ଦିଗ ଦେଇଥିଲା। ଗତ ଫେବୃଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ଉଭୟ ଦେଶ ଶାନ୍ତି, ନବସୃଜନ ଓ ସମୃଦ୍ଧି ପାଇଁ ଭାରତ ଓ ଇସ୍ରାଏଲ ବିଶେଷ ଭାଗୀଦାରିକୁ ଆହୁରି ସୁଦୃଢ଼ କରିବା ଦିଗରେ ସହମତି ପ୍ରକାଶ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia