ନୂଆଦିଲ୍ଲୀ : ଦେଶରେ ଏବେ ଯଦି ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ ତେବେ ବିଜେପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ୩୨୬ଟି ଆସନରେ ବିଜୟୀ ହେବ। ଇଣ୍ଡିଆ ଟୁଡେ-ସିଭୋଟର ପକ୍ଷରୁ କରାଯାଇଥିବା ସର୍ଭେ 'ମୁଡ୍ ଅଫ୍ ଦି ନେସନ'ରେ ଏହି ଆକଳନ କରାଯାଇଛି। ଗତ ଜାନୁଆରୀରେ ଏହି ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ ଏନଡିଏ ୩୫୨ଟି ଆସନ ପାଇବାର ଆକଳନ କରାଯାଇଥିଲା।
ମାତ୍ର ୬ ମାସ ପରେ କରାଯାଇଥିବା ସର୍ଭେରେ ଏନଡିଏର ଆସନ ସଂଖ୍ୟା ୨୬ ହ୍ରାସ ପାଇବାର ଆକଳନ ହୋଇଛି। ଏନଡିଏ ସରକାର ଏବେ ଜେନ୍-ଜେଡ୍ଙ୍କ ବିରୋଧର ସମ୍ମୁଖୀନ ହୋଇଆସୁଛନ୍ତି। ୨୦୨୯ ଲୋକସଭା ନିର୍ବାଚନରେ ଜେନ୍ ଜେଡ୍ଙ୍କ ଆନ୍ଦୋଳନ ଏନଡିଏ ପାଇଁ ବଡ ବିପଦ ହେବ ବୋଲି ସର୍ଭେରେ ଅନୁମାନ କରାଯାଇଛି। ଏନଡିଏର ଆସନ ସଂଖ୍ୟା କମ୍ ହୋଇଥିବାବେଳେ କଂଗ୍ରେସ ନେତୃତ୍ବାଧୀନ ବିରୋଧୀ 'ଇଣ୍ଡି' ମେଣ୍ଟର ଆସନ ସଂଖ୍ୟା ବୃଦ୍ଧି ପାଇବା ଅନୁମାନ କରାଯାଇଛି। ଜାନୁଆରୀ ସର୍ଭେରେ ଇଣ୍ଡି ମେଣ୍ଟ ୧୮୨ଟି ଆସନ ପାଇବ ବୋଲି ଅନୁମାନ କରାଯାଇଥିବାବେଳେ ଏଥର ସର୍ଭେରେ ୧୮୫ଟି ଆସନ ପାଇବ ବୋଲି କୁହାଯାଇଛି। ଦଳ ଭିତ୍ତିରେ ଦେଖିବାକୁ ଗଲେ ବିଜେପି ଏକାକୀ ୨୬୧ଟି ଆସନ ପାଇବ ଯାହା ଜାନୁଆରୀ ସର୍ଭେ ତୁଳନାରେ ୨୬ଟି ଆସନ କମ୍। ଅନ୍ୟପଟେ କଂଗ୍ରେସ ଦଳ ୧୦୬ଟି ଆସନ ପାଇବ ବୋଲି ଅନୁମାନ କରାଯାଇଛି। ଜାନୁଆରୀ ସର୍ଭେ ସମୟରେ କଂଗ୍ରେସ ଦଳ ୮୦ଟି ଆସନ ପାଇବ ବୋଲି କୁହାଯାଇଥିଲା। ଜୁଲାଇ ୧ରୁ ଅଗଷ୍ଟ ୨୫ ମଧ୍ୟରେ ହୋଇଥିବା ସର୍ଭେରେ ୨୫,୧୮୪ ଜଣଙ୍କ ମତାମତ ନିଆଯାଇଥିଲା।
ସେପ୍ଟେମ୍ବର ୨ରେ ମାଲବ୍ୟ ରାଜଯୋଗ ; ଏହି ରାଶିଙ୍କୁ ମିଳିବ ଧନ ଓ କ୍ୟାରିୟରେ ବଡ ସଫଳତା..
