ଚେନ୍ନଇ: ଟିଭିକେ ଅଧ୍ୟକ୍ଷ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଶୁକ୍ରବାର ଗିରଫ ହୋଇଛନ୍ତି ଡିଏମକେ ବିଧାୟକ ଅନିତା ଆର ରାଧାକୃଷ୍ଣନ। ଆପତ୍ତିଜନକ ମନ୍ତବ୍ୟ ଦେବା ମାମଲାରେ ମାଡ୍ରାସ ହାଇକୋର୍ଟ ଶୁକ୍ରବାର ଡିଏମକେ ବିଧାୟକଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିବା ପରେ ତାମିଲନାଡୁ ପୁଲିସ ତାଙ୍କୁ ଗିରଫ କରିଛି।
ଅଭିଯୋଗ ଅନୁଯାୟୀ ବିଧାୟକ ରାଧାକ୍ରିଷ୍ଣନ ଗତ ଜୁନ୍ ୨୦ରେ ଅଥୁରରେ ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ ଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ବିଜୟଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଏକ ମାମଲା ରୁଜୁ ହୋଇଥିଲା। ଗିରଫ ଆଶଙ୍କା କରି ରାଧାକ୍ରିଷ୍ଣନ ମାଡ୍ରାସ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ। ତେବେ କୋର୍ଟ ଶୁକ୍ରବାର ତାଙ୍କ ଆବେଦନ ଖାରଜ କରିଦେଇଛନ୍ତି। ପୁଲିସ ତାଙ୍କୁ ଗିରଫ କରିବା ସମୟରେ ଡିଏମକେ କର୍ମୀମାନେ ପୁଲିସ କର୍ମଚାରୀଙ୍କୁ ବାଧା ଦେବାକୁ ଚେଷ୍ଟା କରିବା ସହ ଟିଭିକେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ପରେ ରାଧାକୃଷ୍ଣନଙ୍କୁ ତିରୁଚେନ୍ଦୁର ନିକଟସ୍ଥ ଅଥୁର ଥାନାକୁ ନିଆଯାଇଥିଲା।ବିଧାୟକ ରାଧାକ୍ରିଷ୍ଣନଙ୍କୁ ଗିରଫ କରାଯିବା ଘଟଣାକୁ ଡିଏମ୍କେ ସାଂସଦ କାନିମୋଝୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଟିଭିକେ ସରକାର ବିରୋଧୀଙ୍କ ବିରୋଧଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରୁଥିବା ସେ ଅଭିଯୋଗ ଆଣିଛନ୍ତି।
