Dailyhunt

ମୁଁ ଇସ୍ତଫା ଦେବି ନାହିଁ:ଦିଦି

ସମାଜ 1 week ago

ଲକତା:ନିର୍ବାଚନ ଫଳାଫଳ ଆସିବା ପରେ ପଶ୍ଚିମବଙ୍ଗରେ ରାଜନୀତିକ ବୟାନବାଜି ଜୋର ଧରିଛି। ବଙ୍ଗଲାରେ ବିଜେପି ବହୁମତ ହାସଲ କରିବା ପରେ ପ୍ରଥମ ଥର ପାଇଁ ଦିଦି ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ କଡା ସମାଲୋଚନା କରିଛନ୍ତି।ବେଙ୍ଗଲ ବିଧାନସଭା ନିର୍ବାଚନରେ ହାରିବା ପରେ ବିଜେପି ବିରୋଧରେ ଭୋଟ ଚୋରି ଅଭିଯୋଗକୁ ତୀବ୍ର କରିଛନ୍ତି ମମତା ବାନାର୍ଜୀ।

ସେ ବେଙ୍ଗଲରେ ନିର୍ବାଚନ ହାରି ନାହାନ୍ତି, ବରଂ ଜନାଦେଶକୁ ବଳପୂର୍ବକ ଲୁଟ କରି ନିଆଯାଇଥିବା କହିଛନ୍ତି।ନିର୍ବାଚନରେ ହାରି ନଥିବାରୁ ସେ ପରମ୍ପରା ଅନୁସାରେ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ସେ କହିଛନ୍ତି, "ଆମେ ହାରି ନାହୁଁ। ମୁଁ ହାରି ନାହିଁ। ତେଣୁ ରାଜ ଭବନ ଯିବି ନାହିଁ। ମୁଁ ଇସ୍ତଫା ଦେବି ନାହିଁ। ବିଜେପି ଲୁଟ କରି ବିଜୟ ହାସଲ କରିଛି। ବେଙ୍ଗଲରେ ବିଜେପି ୧୦୦ ସିଟ ଲୁଟ କରିଥିବା କଥା ଦୋହରାଇଛନ୍ତି ଦିଦି। ସେ କହିଛନ୍ତି, ଗଣତନ୍ତ୍ର ଏମିତି କାମ କରେ ନାହିଁ। ଯେତେବେଳେ ନିର୍ବାଚନ କମିଶନ ପକ୍ଷପାତିତା କରୁଛନ୍ତି ଓ ସରକାର ଗୋଟିଏ ଦଳର ଶାସନ ଚାହୁଁଛନ୍ତି ସେତେବେଳେ ଗୋଟିଏ ଖରାପ ବାର୍ତ୍ତା ପୂରା ବିଶ୍ୱକୁ ଯାଉଛି।ମମତା ବାନାର୍ଜୀ ପରାଜୟର ସବୁ ଦୋଷ ଭାରତୀୟ ନିର୍ବାଚନ କମିଶନ ଓ କେନ୍ଦ୍ରୀୟ ସୁରକ୍ଷା ବଳ ଉପରେ ଲଦିଛନ୍ତି। ନିର୍ବାଚନ କମିଶନ ଅତ୍ୟନ୍ତ ଖରାପ ଖେଳ ଖେଳିଛନ୍ତି।

ବାସ୍ତବରେ ବିଜେପି ନୁହେଁ, ବରଂ ତାଙ୍କ ଦଳ ନିର୍ବାଚନ କମିଶନ ସହ ଲଢ଼ୁଥିବା ମମତା କହିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ନିର୍ବାଚନ ପ୍ରକ୍ରିୟାରେ ସିଧାସଳଖ ହସ୍ତକ୍ଷେପ କରିଛନ୍ତି। ସେମାନେ ଯେମିତି ମହାରାଷ୍ଟ୍ର, ହରିୟାଣା, ବିହାରରେ କରିଥିଲେ ଏବେ ବେଙ୍ଗଲରେ ସମାନ ପଦକ୍ଷେପ ନେଇଛନ୍ତି।୭୧ ବର୍ଷୀୟ ମମତା ଅଭିଯୋଗ କରିଛନ୍ତି ଯେ କାଉଣ୍ଟିଂ ସେଣ୍ଟରରେ ତାଙ୍କଚ ମାଡ଼ ମରାଯାଇଥିଲା। ସେ କହିଛନ୍ତି, ମୋ ପେଟ ଓ ପିଠିକୁ ଗୋଇଠା ମରାଯାଇଛି। ସିସିଟିଭିକୁ ବନ୍ଦ କରାଯାଇଥିଲା। କାଉଣ୍ଟିଂ ସେଣ୍ଟରରୁ ମୋତେ ଧକ୍କା ମାରି ବିଦା କରାଯାଇଛି। ଜଣେ ମହିଳା ହିସାବରେ ମୋ ସହ ଦୁର୍ବ୍ୟବହାରୁ କରାଯାଇଥିଲା।ମମତା ଆହୁରି କହିଛନ୍ତି ଯେ ନିର୍ବାଚନ ପରଠାରୁ ଟିଏମସିର କର୍ମୀ ଓ ଅଫିସ ଉପରେ ଆକ୍ରମଣ କରାଯାଉଛି। ବିଭିନ୍ନ ଲୋକଙ୍କୁ ଧମକ ଦିଆଯାଉଛି। ଟିଏମସି କର୍ମୀମାନେ ଭୟରେ ରହିଛନ୍ତି। ବିଜେପି ନେତା ଓ କର୍ମୀଙ୍କ ଆକ୍ରମଣରେ ଅନେକ ଟିଏମସି କର୍ମୀ ଆହତ ହୋଇଛନ୍ତି। ବିଜେପି ପକ୍ଷରୁ ଟିଏମସିର ଏକାଧିକ ଅଫିସକୁ ଜାଳି ଦିଆଯାଇଛି। ସେମାନେ ଟିଏମସିର ମୁଖ୍ୟାଳୟକୁ ମଧ୍ୟ ଦଖଲ କରିବାକୁ ଚାହୁଁଥିବା ସେ ଅଭିଯୋଗ କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia