ଗ୍ଲାସଗୋ : ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୬ ମୁଷ୍ଟିଯୁଦ୍ଧ ଫାଇନାଲରେ ଭାରତର ପ୍ରୀତି ପାୱାର, ଅଙ୍କୁଶ ଫଙ୍ଗାଲ ଓ ଜସ୍ମିନ ଲାମ୍ବୋରିଆ ଓ ଅରୁନ୍ଧତୀ ଚୌଧୁରୀ ଫାଇନାଲରେ ପହଞ୍ଚିବା ସହ ଅତି କମ୍ରେ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି। ଶୁକ୍ରବାର ମହିଳା ୫୪ କିଗ୍ରା ସେମିଫାଇନାଲରେ ପ୍ରୀତି ଜାମ୍ବିଆର ଚାଟରିନ ମାପୱାଙ୍କୁ ୫-୦ ନିଷ୍ପତ୍ତିରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛନ୍ତି।
ଏସୀୟ ଚମ୍ପିଆନ ପ୍ରୀତି ପ୍ରାରମ୍ଭରୁ ମାପୱାଙ୍କୁ ପଞ୍ଚ ପରେ ପଞ୍ଚ ମାରି ପଏଣ୍ଟ ହାସଲ କରି ଚାଲିଥିଲେ। ଦ୍ବିତୀୟ ରାଉଣ୍ଡରେ ମାପୱା ପ୍ରତ୍ୟାବର୍ତ୍ତନ ନେଇ ଉଦ୍ୟମ କରିଥିଲେ ମଧ୍ୟ ପ୍ରୀତି ସୁଯୋଗ ଦେଇନଥିଲେ। ଶେଷରେ ପ୍ରୀତି ୩୦-୨୫, ୩୦-୨୫, ୩୦-୨୬,୩୦-୨୪ ଓ ୩୦-୨୫ରେ ବିଜୟୀ ହୋଇଥିଲେ। ଫାଇନାଲରେ ପ୍ରୀତି କାନାଡାର ସ୍କାଟଲେଟ୍ ଡାଲଗାର୍ଡଙ୍କୁ ଭେଟିବେ। ପୁରୁଷ ୮୦ କିଗ୍ରା ବର୍ଗ ସେମିଫାଇନାଲରେ ଅଙ୍କୁଶ କାନାଡାର ଜୋସୁଆ ଓ ଫୋରିଙ୍କୁ ୫-୦ ନିଷ୍ପତ୍ତିରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛନ୍ତି। ଅଙ୍କୁଶ ଉଭୟ ହାତରେ ଆକ୍ରମଣ କରିବା ସହ ଜୋସୁଆଙ୍କୁ ପରାସ୍ତ କରି ଫାଇନାଲେର ପହଞ୍ଚିଥିଲେ। ମହିଳା ୭୦ କିଗ୍ରା ସେମିଫାଇନାଲରେ ଅରୁନ୍ଧତୀ ୪-୦ ନିଷ୍ପତ୍ତିରେ ୱେଲ୍ସର ରୋସୋ ଇସିଲେସଙ୍କୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛନ୍ତି।ମହିଳା ୫୭ କିଗ୍ରା ବର୍ଗରେ ଜସ୍ମିନ ଲାମ୍ବୋରିଆ ୫-୦ ନିଷ୍ପତ୍ତିରେ ଇଂଲଣ୍ଡର ଲିସୋଥ ମାସେଲିଙ୍ଗଙ୍କୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛନ୍ତି।
ଶନି ଚଳନ ୨୦୨୬: ଡିସେମ୍ବର ପର୍ଯ୍ୟନ୍ତ ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା..
