Dailyhunt

ନାବାଳିକା ଯୌନ ନିର୍ଯାତନା ମାମଲାରେ ଆସାମୀଙ୍କୁ ୩ ବର୍ଷ ଜେଲ

ସମାଜ 2 weeks ago

ଢେଙ୍କାନାଳ : ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ପୋକସୋ କୋର୍ଟର ବିଚାରପତି ସୁଶୀଲ କୁମାର ସାହୁ ନାବାଳିକା ଯୌନ ନିର୍ଯାତନା ମାମଲାର ଶୁଣାଣି କରି ଆସାମୀ ବେଣୁଧର ସାହୁକୁ ଦୋଷୀ ସାବ୍ୟସ୍ତ କରିବା ସହ ୩ବର୍ଷ ଜେଲଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ନିର୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ୩ ମାସ ଜେଲଦଣ୍ଡ ଭୋଗିବାକୁ ବିଚାରପତି ତାଙ୍କ ଆଦଶରେ କହିଛନ୍ତି।

ମାମଲାରୁ ପ୍ରକାଶ ଯେ, କାମାଖ୍ୟାନଗର ଥାନାଞ୍ଚଳରେ ଜଣେ ନାବାଳିକା ତାଙ୍କ ସମ୍ପର୍କୀୟଙ୍କର ଜନ୍ମଦିନ ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ। ଆସାମୀ ବେଣୁଧର ତାଙ୍କୁ ଯୌନ ନିର୍ଯାତନା ଦେଇଥିଲା। ଘଟଣା ସଂକ୍ରାନ୍ତରେ ସେ ବାପା ଓ ମାଆକୁ ଜଣାଇଥିଲା। ପୀଡିତାର ବାପାଙ୍କ ଅଭିଯୋଗ ଆଧାରରେ ତଦନ୍ତକାରୀ ଅଧିକାରୀ ସୌମ୍ୟରଞ୍ଜନ ମହାନ୍ତି କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ। ପୀଡିତାଙ୍କ ସହ ୧୦ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଓ ଦସ୍ତାବିଜକୁ ଆଧାର କରି ଆସାମୀ ବେଣୁଧରକୁ ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। ଜିଲା ଅଭିଯୋଜନ ନିର୍ଦେଶାଳୟର ଉପନିର୍ଦେଶକ ଗଣେଶ କୁମାର ବେହେରାଙ୍କ ତତ୍ତ୍ବାବଧନରେ ଅତିରିକ୍ତ ପିପି ସ୍ମିତା ପଟ୍ଟନାୟକ ଓ ସରକାରୀ ଓକିଲ ସୁଶାନ୍ତ କୁମାର ପାଣିଗ୍ରାହୀ ମାମଲା ପରିଚାଳନା କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia