Dailyhunt

ନଭେମ୍ବର ୧୯ରୁ ଫିଫା ୧୭ ବର୍ଷରୁ କମ୍‌ ଫୁଟବଲ ବିଶ୍ବକପ

ସମାଜ 1 week ago

ନୂଆଦିଲ୍ଲୀ: କାତାରରେ ଆସନ୍ତା ନଭେମ୍ବର ୧୯ରୁ ଡିସେମ୍ବର ୧୩ ପର୍ଯ୍ୟନ୍ତ ଫିଫା ୧୭ ବର୍ଷରୁ କମ୍‌ ଫୁଟବଲ ବିଶ୍ବକପ-୨୦୨୬ ଖେଳାଯିବ। ଏ ନେଇ ବୁଧବାର ଫିଫା ଓ କାତାର ବିଶ୍ବକପ ଆୟୋଜକ କମିିଟି ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ ପ୍ରଥମ ଥର ପାଇଁ ୪୮ଟି ଦଳ ଅଂଶଗ୍ରହଣ କରିବାବେଳେ ମୋଟ୍‌ ୧୦୪ଟି ମ୍ୟାଚ ଖେଳାଯିବ। ମେ ୨୧ରେ ସ୍ବିଜରଲାଣ୍ଡର ଜୁରିକ୍‌ରେ ଫାଇନାଲ ଡ୍ର ଘୋଷଣା କରାଯିବ।

ଖଲିଫା ଇଣ୍ଟରନ୍ୟାସନାଲ ଷ୍ଟାଡ଼ିୟମରେ ଫାଇନାଲ ଖେଳାଯିବ। ସୂଚନାଯୋଗ୍ୟ, ଫିଫା ୧୭ ବର୍ଷରୁ କମ୍‌ ଫୁଟବଲ ବିଶ୍ବକପ-୨୦୨୫ରେ ପର୍ତ୍ତୁଗାଲ ଚମ୍ପିଆନ ହୋଇଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia