ବାସୁଦେପୁର:ଧାନ ତଳି ଦେଖିବାକୁ ନଈ ପାରିହେଉଥିବା ବେଳେ ବୁଡ଼ିଯାଇ ଚାଷୀର ମୃତ୍ୟୁ ଘଟିଛି। ମୃତ ଚାଷୀଙ୍କ ନାମ ଅଭିମନ୍ୟୁ ମଳିକ। ଅଭିମନ୍ୟୁ ଙ୍କ ଘର ସୁଦର୍ଶନପୁର ସୁଆଁ ଗାଁରେ। ବନ୍ୟା ଟିକେ କମିଥିବାରୁ ଅଭିମନ୍ୟୁ ଧାନ ତଳି ଦେଖିବାକୁ ବିଲକୁ ଯାଇଥିଲା। କିଛ ଦୂରରେ ସାଇକେଲରଖି ନଦୀପାର ହେଉଥିବା ବେଳେ ସୁଅରେ ଭାସିଯାଇ ଥିଲେ।
ସାଇକେଲ ଛିଡା ହୋଇଥିବା ଦେଖି ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ଅଭିମନ୍ୟୁ ବିଲକୁ ଯାଇଥିବା ଶୁଣି ନଈ ହୁଡାରେ ଗାଁ ଲୋକ ଡାକ ପକାଇଥିଲେ। କେହି ନଶୁଣିବାରୁ ଖୋଜାଖୋଜି କରିଥିଲେ। ନଈ ର କିଛି ଦୂରରେ ତାକୁ ଠାବ କରିଥିଲେ। ଅଗ୍ନଶମବାହିନୀ ଖବର ପାଇ ଅଭିକୁ ଉଦ୍ଧାର କରିଥିଲେ ।
