ନରସିଂହପୁର:୨୦୧୬ ନରସିଂହପୁର ଥାନା ହାଜତ ମୃତ୍ୟୁ ଘଟଣାରେ ୬ ଗିରଫ। ୬ ଅବସରପ୍ରାପ୍ତ ପୁଲିସ କର୍ମଚାରୀ ଗିରଫ। ଅବସରପ୍ରାପ୍ତ ଏସଆଇ ଭଗବାନ ସାହୁ। ହାବିଲଦାର ପ୍ରମୋଦ ପାତ୍ର ଗିରଫ। ୪ ଅବସରପ୍ରାପ୍ତ ହୋମଗାର୍ଡଙ୍କୁ ମଧ୍ୟ ଗିରଫ କଲା ପୁଲିସ। ୨୦୧୬ ମସିହାରେ ଘରୋଇ କଳିକୁ ନେଇ ସରୋଜ ସେନାପତିଙ୍କୁ ଥାନାକୁ ଅଣାଯାଇଥିଲା। ଘଟଣାକୁ ଗମ୍ଭୀରତା ସହ ନେଇ ନିଜ ଆଡୁ ମାମଲା ରୁଜୁ କରିଥିଲା ଭାରତୀୟ ଜାତୀୟ ମାନବାଧିକାର କମିଶନ।
ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା, ପରେ ଜାମିନ ନାଂଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ସୂଚନା ଅନୁସାରେ ଏକ ପାରିବାରିକ ମାମଲାକୁ କେନ୍ଦ୍ର କରି ମାଳିସାହି ଗାଁର ସରୋଜ ସେନାପତିଙ୍କୁ ବିରୋଧରେ ଅଭିଯୋଗ ଆଣିଥିଲେ । ସରୋଜ ଙ୍କୁ ଥାନାକୁ ଆଣି ପଚରା ଉଚରା କରିବାବେଳେ, ପୋଲିସ ତାଙ୍କୁ ଅକଥନୀୟ ନିର୍ଯାତନା ଦେଇଥିଲା ।
