Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ନୀଳହ୍ରଦରେ ଅଘଟଣ: ଗାଧୋଇବା ବେଳେ ୨ ଛାତ୍ର ନିଖୋଜ

ସମାଜ 1 day ago

ନୀଳଗିରି:ବାଲେଶ୍ବର ଜିଲା ନୀଳଗିରିରେ ଥିବା ନୀଳହ୍ରଦ ବା ବ୍ଲ୍ୟୁଲେକ୍‌ରେ ଆଜି ୩ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ୨ଜଣ ଅଥଳ ପାଣିରେ ନିଖୋଜ ହୋଇଯାଇଛନ୍ତି। ନୀଳଗିରି ଥାନା ମିତ୍ରପୁର ନିକଟସ୍ଥ ଏହି ନୀଳହ୍ରଦକୁ ରେମୁଣା କଲେଜ ଛାତ୍ର ତଥା କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ଆର୍ତ୍ତୁକଣା ଅଞ୍ଚଳର ରୋଶନ ନାୟକ(୧୮), ଫକୀରମୋହନ ଅଟୋନୋମସ କଲେଜ ଯୁକ୍ତଦୁଇ ଦ୍ବିତୀୟ ବର୍ଷ ବାଣିଜ୍ୟ ବିଭାଗ ଛାତ୍ର ତଥା ବାରିପଦାର ଭବିଷ୍ୟ ପାତ୍ର(୧୭) ଏବଂ ଉକ୍ତ କଲେଜର ତାଙ୍କ ସହପାଠୀ ତଥା ଭଦ୍ରକ ଜିଲା ଅପର୍ତ୍ତିବିନ୍ଧା ଅଞ୍ଚଳର ଅଂଶୁମାନ ପାତ୍ର(୧୮) ବୁଲିବାକୁ ଆସିଥିଲେ।

ଏହି ୩ସାଙ୍ଗ ରିଲ୍ସ ଭିଡ଼ିଓ ସୁଟ୍ କରିବା ପରେ ଭବିଷ୍ୟ ଓ ଅଂଶୁମାନ ଗାଧୋଇବା ପାଇଁ ପାଣିକୁ ପଶି ଯାଇ ଗୋଡ଼ ଖସି ଯିବାରୁ ସେମାନେ ଅଥଳ ଜଳରାଶି ଭିତରକୁ ପଶି ଯାଇଥିଲେ। ସାଙ୍ଗ ରୋଶନ ଯେତେ ଚେଷ୍ଟା କରିଥିଲେ ହେଁ ସେମାନଙ୍କୁ ଉଦ୍ଧାର କରି ପାରିନଥିଲେ। ଉକ୍ତ ସ୍ଥାନରେ ପ୍ରାୟ ୩ଶହ ଫୁଟ୍‌ରୁ ଅଧିକ ଜଳ ରହିଥିବା ଯୋଗୁ ବହୁବାର ଏଭଳି ଅଘଟଣ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ଖବର ଲେଖା ହେବା ବେଳକୁ ବାଲେଶ୍ବରରୁ ଓଡ୍ରାଫ୍ଟ ଟିମ୍ ଓ ନୀଳଗିରି ଅଗ୍ନିଶମ ବାହିନୀ ନିଖୋଜ ଦୁଇ ଛାତ୍ରଙ୍କୁ ଖୋଜିବାରେ ବ୍ୟସ୍ତ ରହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia