Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ୩ ଓଡ଼ିଆ

ସମାଜ 11 hrs ago

ଭୁବନେଶ୍ୱର :ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ୩ ଓଡ଼ିଆ। ସାହିତ୍ୟ ଓ ଶିକ୍ଷା ପାଇଁ ଚରଣ ହେମ୍ବ୍ରମଙ୍କୁ ପଦ୍ମଶ୍ରୀ। କଳା ପାଇଁ ଶରତ ପାତ୍ର ଓ ସୀମାଞ୍ଚଳ ପାତ୍ରଙ୍କୁ ପଦ୍ମଶ୍ରୀ। ଶରତ ପାତ୍ର ହେଉଛନ୍ତି କଟକ ନୂଆପାଟଣା ମାଣିଆବନ୍ଧର ହନ୍ତତନ୍ତ ବୁଣାକାର। ଇକତ ଓ ବାନ୍ଧକଳାରେ ନିପୁଣତା ହାସଲ କରିଛନ୍ତି ଶରତ ପାତ୍ର। ଏବଂ ସୀମାଞ୍ଚଳ ପାତ୍ର ଗଂଜାମ ଅଂଚଳର ପ୍ରସିଦ୍ଧ ଲୋକ କଳାକାର।

ସେହିପରି ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ୬୫ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ମିଳିଛି। ସ୍ବତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଏଥିରେ ୨ ଜଣଙ୍କୁ ପଦ୍ମବିଭୂଷଣ, ୭ ଜଣଙ୍କୁ ପଦ୍ମଭୂଷଣ, ୫୬ ଜଣଙ୍କୁ ପଦ୍ମଶ୍ରୀ।

ଲୋକପ୍ରିୟ ବଲିଉଡ୍ କଣ୍ଠଶିଳ୍ପୀ ଅଲକା ୟାଗନିକଙ୍କୁ ପଦ୍ମଭୂଷଣ, ଟେନିସ୍ ଲିଜେଣ୍ଡ ବିଜୟ ଅମ୍ରିତରାଜଙ୍କୁ ପଦ୍ମଭୂଷଣ, ମାଲାୟଲମ ସୁପରଷ୍ଟାର ମାମୁଥିଙ୍କୁ ମଧ୍ୟ ପଦ୍ମଭୂଷଣ ସମ୍ମାନ ଏବଂ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କୁ ମରଣୋତ୍ତର ପଦ୍ମଭୂଷଣ ସମ୍ମାନ ମିଳିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia