Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ପଞ୍ଜାବ ପୌର ନିର୍ବାଚନରେ ଆପ୍‌ର ବିପୁଳ ବିଜୟ

ସମାଜ 3 weeks ago

ଣ୍ଡିଗଡ: ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି (ଆପ୍‌) ବିପୁଳ ବିଜୟ ହାସଲ କରିଛି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ରିପୋର୍ଟ ଅନୁଯାୟୀ ୮ଟି ପୌର ନିଗମ, ୭୫ଟି ମ୍ୟୁନିିସିପାଲିଟି ଓ ୨୦ଟି ଏନଏସିର ମୋଟ ୧,୯୭୭ଟି ୱାର୍ଡରେ ଭୋଟ ଗ୍ରହଣ ହୋଇଥିଲା। ଏଥିରୁ ୯୫୪ଟି ୱାର୍ଡରେ ଆପ୍ ବିଜୟୀ ହୋଇଛି। କଂଗ୍ରେସ ୩୯୦, ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ୧୯୧, ବିଜେପି ୧୭୦, ବିଏସ୍‌ପି ୭ଟି ଓ ସ୍ବାଧୀନ ପ୍ରାର୍ଥୀ ୨୫୦ଟି ୱାର୍ଡରେ ବିଜୟୀ ହୋଇଛନ୍ତି।

ମେ ୨୬ରେ ୩୮୩୩ଟି ବୁଥରେ ମତଦାନ ହୋଇଥିଲା ବେଳେ ଶୁକ୍ରବାର ଏହାର ଫଳ ପ୍ରକାଶ ପାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia