Dailyhunt

ପରଦାକୁ ଆସିଲା 'ବାବୁ ଭାଇଜାନ୍'

ସମାଜ 6 years ago

ଭୁବନେଶ୍ବର: ଓଲିଉଡ଼ ଅଭିନେତା ଅରିନ୍ଦମ୍‌ ରୟ ଓ ଅଭିନେତ୍ରୀ ଶିବାନୀ ସଙ୍ଗୀତାଙ୍କ ଅଭିନୀତ ଚଳଚ୍ଚିତ୍ର 'ବାବୁ ଭାଇଜାନ୍‌' ରବିବାର ପରଦାକୁ ଆସିଛି। ଏହାର କାହାଣୀ ବାସ୍ତବଧର୍ମୀ ଓ ସତ୍ୟ ଆଧାରିତ। ଦିଲ୍ଲୀର ଜଣେ ପ୍ରତିଷ୍ଠିତ ଓଡ଼ିଆ ଉଦ୍ୟୋଗପତି ବାଲେଶ୍ୱରର ଅବଦୁଲ୍ ଅମିନ୍ ଖାନଙ୍କ ସଂଘର୍ଷମୟ ଜୀବନ କାହାଣୀକୁ ନେଇ ଏହି ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି। ଖ୍ୱାଜା ଗରିବ୍ ନୱାଜ୍ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ରରେ ଅରିନ୍ଦମ୍ ବାବୁ ଭୂମିକାରେ ଅଭିନୟ କରିଥିବାବେଳେ ତାଙ୍କ ନାୟିକା ସାଜିଛନ୍ତି ଶିବାନୀ।

ଅନ୍ୟାନ୍ୟ ଭୂମିକାରେ ଶ୍ରୀତମ୍, ବବି ମିଶ୍ର, ମିହିର ଦାସ, ଚୌଧୁରୀ ବିକାଶ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ଦୀପକ ମିଶ୍ର, ରବି ମିଶ୍ର, ପୁଷ୍ପା ପଣ୍ଡା, ସୋମା ହୋତା, ବିଦୁସ୍ମିତା, ସୁରେଶ ମିଶ୍ର, ସନ୍ତୋଷ ନାରାୟଣ ଓ ତାପସ ସରଘରିଆ ପ୍ରମୁଖ ଅଭିନୟ କରିଛନ୍ତି।

ଏହାର ପ୍ରଯୋଜନା, କାହାଣୀ ସାଙ୍ଗକୁ ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ସନ୍ତୋଷ ନାରାୟଣ ଦାସ। ସଂଳାପ ଲେଖିଛନ୍ତି ସନ୍ତୋଷ, ଦେବୀଦତ୍ତ ମହାନ୍ତି ଓ ସଞ୍ଜୟ ମହାକୁଳ। ତାପସ ସରଘରିଆ ଏହାର ନିର୍ଦେଶନା ଦେଇଛନ୍ତି। ଚଳଚ୍ଚିତ୍ରରେ ନୃତ୍ୟ ପ୍ରଶିକ୍ଷକ ରହିଛନ୍ତି ଗିରିଶ ମହାନ୍ତି। ସେହିପରି ସଙ୍ଗୀତରେ ମଳୟ ମିଶ୍ର ସହଯୋଗ କରିଛନ୍ତି। ଗୀତ ଲେଖିଛନ୍ତି ଅରୁଣ ମନ୍ତ୍ରୀ, ପଞ୍ଚାନନ ନାୟକ, ନିର୍ମଳ ନାୟକ ଓ ଦେବୀଦତ୍ତ ମହାନ୍ତି। ଚଳଚ୍ଚିତ୍ରକୁ ଦର୍ଶକ ବେଶ୍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ଏହାର ଗୀତଗୁଡ଼ିକ ଖୁବ୍ ଲୋକପ୍ରିୟତା ହାସଲ କରିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia